om academy

ଲର୍କିପାଲି ସରକାରୀ ପଲିଟେକ୍‌ନିକ୍ ଇଞ୍ଜିନିୟରିଙ୍ଗ କଲେଜ ଠାରେ ଦିନିକିଆ ତାଲିମ ଶିବିର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲର୍କିପାଲି ସ୍ଥିତ ସରକାରୀ ପଲିଟେକ୍‌ନିକ୍ ଇଞ୍ଜିନିୟରିଙ୍ଗ କଲେଜ ଠାରେ ଏକ ଦିନିକିଆ ତାଲିମ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଆଇଟିଆଇ, ଅରୁଣା ଓ ପଲିଟେକନିକ୍ କଲେଜର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ପଲିଟେକନିକ୍ କଲେଜର ଅଧ୍ୟକ୍ଷ ଡକ୍ଟର ଶ୍ରଦ୍ଧାନନ୍ଦ ବେଉରା, ସରକାରୀ ଆଇଟିଆଇର ଅଧ୍ୟାପକ ତାରିଣୀ ମହନ୍ତ ବିଭିନ୍ନ ଟ୍ରେଡ ଉପରେ ଏବଂ ସରକାରୀ ସହାୟତା ଯଥା ସୁଦକ୍ଷା ଯୋଜନା ଉପରେ ଜଣାଇଥିଲେ । ନିଯୁକ୍ତି ଉପରେ ମଧ୍ୟ ଉଦାହରଣ ଦେଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଲକ୍ଷ୍ମୀ ସିଂ ବୈଷୟିକ ଶିକ୍ଷା ତଥା ଇଞ୍ଜିନିୟରିଂ ଶିକ୍ଷାର ଲାଭ ଉପରେ ଜଣାଇଥିଲେ । ଆଶୀର୍ବାଦ ଯୋଜନାରେ ସାମିଲ ଥିବା ୮୧ ଜଣ ଶିଶୁଙ୍କୁ ଗ୍ରୀନ ପାସେଜ ପ୍ରମାଣ ପତ୍ର ପ୍ରଦାନ କରି ଏହାର ଲାଭ ନେବା ପାଇଁ ଶିଶୁମାନଙ୍କୁ ଅବଗତ କରାଇଥିଲେ । ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଗ୍ରୀନ ପାସେଜ୍‌ର ଆବେଦନ କରିବାର ପ୍ରକ୍ରିୟା ଉପରେ ଜଣାଇବା ସହ ଏହାର ଲାଭ ନେବା ପାଇଁ କହିଥିଲେ । ଏହାପରେ ୨୫ ଜଣଙ୍କର ଅନଲାଇନ୍ ମାଧ୍ୟମରେ ପୋଲି ଟେକ୍‌ନିକ୍‌ରେ ପାଠ ପଢିବା ପାଇଁ ଆବେଦନ କରାଗଲା । ଏହି କାର୍ଯ୍ୟକ୍ରମର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର, ସାମାଜିକ କର୍ମୀ ଅରୁଣ କୁମାର ଖୁଆସଙ୍କ ସମେତ ବସନ୍ତ ହରପାଲ, ଗଣେଶ ସୁନା, କୈଳାଶ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.