oom

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମାଗଣା ପଶୁ ଚିକିତ୍ସା ଶିବିର

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ବିପୁଲିଙ୍ଗୀ ପଞ୍ଚାୟତ କରାତଳି ଗ୍ରାମର ବଡ଼ ତୋଟା ପଡିଆଠାରେ ଛତ୍ରପୁର ରୋଟାରୀ କ୍ଲବ ଓ ଟାଟା ଷ୍ଟିଲର ମିଳିତ ଆନୁକୁଲ୍ୟରେ ଏକ ମାଗଣା ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ସଭାପତି ରୋଟାରୀୟନ୍ ନିରଞ୍ଜନ ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ଛତ୍ରପୁର ଉପଖଣ୍ଡ ପଶୁ ଚିକିତ୍ସାଳୟର ସହଯୋଗରେ ଗାଈ, ମଇଁଷି, ଛେଳି ଓ ମେଣ୍ଢା ପ୍ରାୟ ଶତାଧିକ ପଶୁଙ୍କୁ ମାଗଣା ଚିକିତ୍ସା ସହ ଔଷଧ ଓ ଇଞ୍ଜେକସନ୍‌ ଦିଆଯାଇଥିଲା । ଏହି ଶିବିରରେ ସରପଞ୍ଚ ହୀନ ସେଠୀ, ରୋଟାରୀ କ୍ଲବ ପି.ଡି. ପଦ୍ମ ଚରଣ ସାହୁ, ପଶୁ ଚିକିତ୍ସା ବିଭାଗର ଉପନିର୍ଦ୍ଦେଶକ ଡ. ଶୁଭ୍ରକାନ୍ତ ମହାନ୍ତି, ଏସ୍‌. ଡିଭିଓ ଡ. ଦେବାନନ୍ଦ ପାତ୍ର, ପଶୁ ଚିକିତ୍ସକ ଡ. ମଧୁସ୍ମିତା ସାହୁ, ପୂର୍ବତନ ବରିଷ୍ଠ ପଶୁ ଚିକିତ୍ସା ଅଧିକାରୀ ଡ. ପି. କେ. ପଟ୍ଟନାୟକ, ଡ. ଏସ୍‌.ଏନ୍. ମହାନ୍ତି, ଡ. ବନମାଳୀ ସାହୁ, ସମାଜ ସେବୀ ସୁରେଶ ଚନ୍ଦ୍ର ଦାସ, ଲକ୍ଷ୍ମଣ ସେଠୀ, ଜି. ରଘୁନାଥ, ରେଡ୍ଡୀ, ମୁନା ରେଡ୍ଡୀ, ସଞ୍ଜୟ ନାହାକ, ରବି ସାହୁଙ୍କ ସମେତ ବହୁ ପଶୁପାଳକ ଗଣ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.