ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିି ପ୍ରଶିକ୍ଷଣ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁର ପାଟ୍ଟଣ. ଘୋରଡିଆର ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ପ୍ରଶିକ୍ଷଣ ଶିବିର ମାର୍ଚ୍ଚ ୨୨ରୁ ୨୪ ତିନି ଦିନ ବ୍ୟାପି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ପରିଚାଳନା କମିଟିର ୧୧ଜଣ ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହି ଶିଶୁ ମାନଙ୍କର ଅଧିକାର, ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ଅଧିକାର, ବିଦ୍ୟାଳୟର ଉନ୍ନତି ଏବଂ ପାଠପଢା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଦ୍ୟାପିଠର ପ୍ରଧାନଶିକ୍ଷକ ସଂଜୟ କୁମାର ଦାଶ ଉକ୍ତ ଶିବିରରେ ସରକାରଙ୍କ ପକ୍ଷରୁ ଆସିଥିବା ମଡ୍ୟୁଲ୍‌ ଅନୁସାରେ ଅବଗତ କରାଇଥିଲେ । ବରିଷ୍ଠ ଶିକ୍ଷକ ଲଡୁକିଶୋର ସାମନ୍ତସିଂହାର କାର୍ଯ୍ୟକ୍ରମଟିକୁ ସୁଚାରପେ ପରିଚାଳନା କରିଥିଲେ । ବିଦ୍ୟାପୀଠର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ଉପସ୍ଥ୍ରିିତ ରହିଥିଲେ ।

Leave A Reply

Your email address will not be published.