centurian jitm

ପହଲଗାଁ ଆକ୍ରମଣ ବିରୋଧରେ ଶୋଭାଯାତ୍ରା

nschool

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜମ୍ମୁ ଓ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଦ୍ଵାରା ହୋଇଥିବା ବର୍ବୋରୋଚିତ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କୁ କଳାହାଣ୍ଡି ଜିଲ୍ଲା ବଣିକ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଭବାନୀପାଟଣା ରେଡକ୍ରସ କଲ୍ୟାଣ ମଣ୍ଡପ ଠାରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବିଭିନ୍ନ ବର୍ଗ ଓ ସମ୍ପ୍ରଦାୟର ବ୍ୟକ୍ତିମାନେ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସେଭଳି ଆତଙ୍କବାଦୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମୃତକଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମି ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ଅନ୍ତର୍ଗତ କଲମପୁରରେ ମଧ୍ୟ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଏକ ଶୋଭାଯାତ୍ରା ଏବଂ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.