
ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ତଥା ଗୁରୁଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ବାସଭବନରେ ଏକ ଶାସ୍ତ୍ରୀୟ ସଙ୍ଗୀତ ଓ ଭାବ ସଙ୍ଗୀତର କାର୍ଯ୍ୟକ୍ରମ ହେଇଯାଇଛି । ପ୍ରଥମେ ବନାରସ ଘରାନାର ପ୍ରସିଦ୍ଧ ଗୁରୁ ତଥା ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ରାମାଶ୍ରେ ଝା’ଙ୍କ ଫଟୋଚିତ୍ରରେ ଫୁଲ ନୈବେଦ୍ୟ ଦେଇ ପୂଜା କରାଯାଇଥିଲା ଓ ଗୁରୁ ବନ୍ଦନା, ରାଗ ନଟ୍ ଭୈରବ, ରାଗ ଭୈରବୀରେ ମୀରା ଭଜନ ଗାନ କରାଯାଇଥିଲା । ପରେ ଶିଷ୍ୟ ମାନେ ଗୁରୁ ଶିଷ୍ୟ ପରମ୍ପରା ଅନୁସାରେ ଗୁରୁ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ପୂଜା କରିଥିଲେ । ସନ୍ଧ୍ୟାରେ ଗୁଗୁଲ ମିଟ୍ରେ ଏକ ଶାସ୍ତ୍ରୀୟ ସଙ୍ଗୀତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁରୁଜୀ ଶୁଭାଂଶୁ ଶେଖର ମିଶ୍ର ସରସ୍ୱତୀ ବନ୍ଦନା ଗାନ କରିଥିଲେ ପରେ ଆକାଶ ବିଶ୍ବାଳ, ଆର୍ୟ୍ୟ ଆଦ୍ୟାଶକ୍ତି, ଅନ୍ବେଷା ବାଗ, ଅନ୍ତରା ପଟ୍ଟନାୟକ, କାଲିଆରାମ ସାହୁ, ଶିବାନୀ, ଦେବୀ ପ୍ରସାଦ ବାଗ, ସଂଜୟ,ଆଲୋକ, ତନ୍ମୟ ତ୍ରିପାଠୀ ପ୍ରମୁଖ ହିନ୍ଦୀ, କୋଶଲୀ, ଓଡ଼ିଆ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ରାଗ ଦରବାରୀ କାନାଡା ଶ୍ରୀ ମିଶ୍ର ଗାଇଥିବା ବେଳେ ତାଙ୍କୁ କଣ୍ଠ ସଙ୍ଗୀତରେ ସହଯୋଗ କରିଥିଲେ ଦେବାଶିଷ ଦେଶୀନାୟକ, ଆକାଶ ବିଶ୍ବାଳ, ଗଣେଶ ବାରିକ୍ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର, ଭବାନୀପାଟଣା ପାଟଣାଗଡ଼ ସୋନପୁର ତଥା ଅନ୍ୟାନ୍ୟ ସ୍ଥାନର ସଙ୍ଗୀତ ପ୍ରେମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସତ୍ୟ ସେଠ, ଗୋବିନ୍ଦ ବାଗ, ଗୋପେଶ ବାଗ, ଗଣେଶ ବାରିକ, ସ୍ମୃତି ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।