oom

ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କର ଶାରଦୀୟ ପୂଜା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ଆନୁକୂଲ୍ୟରେ ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କର ଶାରଦୀୟ ପୂଜା ସ୍ଥାନୀୟ ସାଗର କଲୋନୀ ସ୍ଥିତ ରାମଚନ୍ଦ୍ର ଭୋଇଙ୍କ ବାସଭବନରେ ମହାସମାରୋହରେ ପାଳନ ହୋଇଯାଇଛି । ଉକ୍ତ ପୂଜନୋତ୍ସବରେ ବଲାଙ୍ଗିର ସହରାଂଚଳର ସମସ୍ତ କୁଲୁତା ପରିବାର ଏକତ୍ରିତ ହୋଇ ଇଷ୍ଟଦେବୀଙ୍କର ପୂଜାର୍ଚ୍ଚନା କରିଥିଲେ । ୧୪ ତାରିଖ ସନ୍ଧ୍ୟା ସମୟରେ କଳସ ଯାତ୍ରା ସମାପନ କରାଯାଇ ୧୫ ତାରିଖ ସକାଳ ୯ଟା ସମୟରେ ଉପଦେଷ୍ଟା ସଦସ୍ୟ ସୁରଥ ପଧାନଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପୂଜାରେ ସଭାପତି ରବିନ୍ଦ୍ର କୁମାର ପଧାନ, ସମ୍ପାଦକ ବିଦେଶି ପଧାନ, ଉପସଭାପତି ବୁଡୁ ପଧାନ, ଜ୍ୟୋସ୍ନାମୟୀ ପଧାନ, ଉପଦେଷ୍ଟା ସଦସ୍ୟ ରାହାସ ବିହାରି ମାଝି, ରାଜେନ୍ଦ୍ର ପ୍ରସାଦ ସାହୁ, ସାନ୍ତନୁ କୁମାର ଭୋଇ, ଅଗ୍ନି କୁମାର ପଧାନ, ମଧୁ ସାହୁ, ବୃନ୍ଦାବନ ସାହୁ, ଗୋବର୍ଦ୍ଧନ ପଧାନ, ସଂଜୟ ଭୋଇ, ଯୁବ ସମାଜର ସୁଦର୍ଶନ ସାହୁ, ସଞ୍ଜିବ ସାମଲ, ରବିନ୍ଦ୍ର ପଧାନ, ଲକ୍ଷ୍ମଣ ବିଶ୍ୱାଲ, ଜିତେନ୍ଦ୍ର ଭୋଇ, ରୁପକ ପଧାନ, ରୋହିମ ସାହୁ ଓ ମହିଳା ମଣ୍ଡଳର ସୁନିତି ମାଝି, ନାମେଶ୍ୱରୀ ଭୋଇ, ସୁଷମା ବିଶ୍ୱାଲ, ଜାମିନି ଭୋଇ, କୁନ୍ତଳା ଗଡତ୍ୟା, ମହାସ୍ମିତା ପଧାନ, ସଙ୍ଗିତା ମାଝି, ରିତାଞ୍ଜଳି ସାହୁ, ସଂଯୁକ୍ତା ସାହୁ, ଏଲିନା ପଧାନ, ପ୍ରଗତି ଭୋଇ ଆଦି ପୂଜା କାର୍ଯ୍ୟରେ ଯୋଗଦାନ ସହିତ ଇଷ୍ଟଦେବୀଙ୍କର ଶୁଭାର୍ଶିବାଦ ଗ୍ରହଣ କରିଥିଲେ । ସନ୍ଧ୍ୟାରେ ବରକାନୀ ମହିଳା କିର୍ତ୍ତନ ଦ୍ୱାରା ସଂକିର୍ତ୍ତନ୍ୟ ପରିବେଷଣ ଓ ମନୋରଂଜନ କାର୍ଯ୍ୟକ୍ରମ କରାଯାଇଥିଲା ।

jittmm
Leave A Reply

Your email address will not be published.