ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ସେଭେନ-ଷ୍ଟାର ପ୍ରେସିଡେଣ୍ଟ ସମ୍ମାନରେ ସମ୍ମାନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଆନ୍ତର୍ଜାତିକ ସଂଗଠନର ସମଗ୍ର ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ବିହାର ଓ ଛତିଶଗଡ଼ର ସୀମାନ୍ତ ଅଞ୍ଚଳର ୧୧୪ଟି ରୋଟାରୀ କ୍ଲବ ଶାଖାକୁ ନେଇ ରୋଟାରୀ ଜିଲ୍ଲା- ୩୨୬୨ ଭାବେ ଗଠିତ । ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ଗତ ରବିବାର ରାଜଧାନୀ ଭୁବନେଶ୍ୱର ସ୍ଥିତ ହୋଟେଲ କ୍ରାଉନ ଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ ହୋଇଥିଲା । ୨୦୨୦ – ୨୧ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ଛତ୍ରପୁର ରୋଟାରୀ କ୍ଳବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ ସଭାପତି ସମ୍ମାନରେ ସମ୍ମାନୀତ କରାଯାଇଛି ବୋଲି ଜଣାଯାଇଛି । ଏଠାରେ ଶ୍ରୀମତୀ ମହାନ୍ତିଙ୍କ କାର୍ଯ୍ୟଦକ୍ଷତାକୁ ପ୍ରତିପାଦନ ସହ ବିଶଦ ବ୍ୟାଖା କରାଯାଇଛି । ସୂଚନାଯୋଗ୍ୟ, ଏହି ରୋଟାରୀ ଜିଲ୍ଲାର ସମସ୍ତ ଶାଖା ପକ୍ଷରୁ ୨୦୨୦-୨୧ ବର୍ଷରେ କାର୍ଯ୍ୟଦକ୍ଷତା ଭିତ୍ତିରେ ପ୍ରତିପାଳନ କରାଯାଇଥିବା କାର୍ଯ୍ୟକ୍ରମ ଆଧାରରେ ଏହି ଗୁରୁତ୍ୱକୁ ଉପଲବ୍ଧ କରି ଏହି ମର୍ଯ୍ୟାଦା ସମ୍ପନ୍ନ ପୁରସ୍କାର-ସମ୍ମାନ ଦିଆଯାଇଥାଏ । ଶ୍ରୀମତୀ ରେଖାଙ୍କ ଦାୟିତ୍ୱ ବହନ ସମୟ କାଳରେ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ, ଆଦର୍ଶ ଶିକ୍ଷକଙ୍କୁ ଦେଶ-ନିର୍ମାତା ସମ୍ମାନ, ଆଦର୍ଶ ଭିତ୍ତିରେ ଡାକ୍ତରଙ୍କୁ ସମ୍ମାନ, କୋଭିଡ ସହାୟତା ବଣ୍ଟନ, ଇ-ବିଦ୍ୟାଳୟ, ହ୍ୟାପି-ସ୍କୁଲ ଓ କୋଭିଡ ପରବର୍ତ୍ତୀ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ ଆଦି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ଏହି ପୁରସ୍କାର ଶ୍ରେଷ୍ଠ ସଭାପତି ସମ୍ମାନ ମିଳିଛି । ଆୟୋଜିତ ଉକ୍ତ ବର୍ଣ୍ଣାଢ୍ୟ ରୋଟାରୀ ସମାରୋହରେ ଜିଲ୍ଳା ଗଭର୍ଣ୍ଣର ସୌମ୍ୟରଞ୍ଜନ ମିଶ୍ର ଓ ପ୍ରଥମ ମହିଳା ସରିତା ମିଶ୍ର ଉଦ୍ଭୟ ରେଖା ମହାନ୍ତିଙ୍କୁ ମାନପତ୍ର ସହ ସେଭେନ-ଷ୍ଟାର ଟ୍ରଫି, ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସେଭେନ-ଷ୍ଟାର ପ୍ରେସିଡେଣ୍ଟ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହା ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ପାଇଁ ବେଶ ଗୌରବ ଆଣି ଦେଇଥିବା ହେତୁ ଶ୍ରୀମତୀ ଏସ.ରେଖା ମହାନ୍ତିଙ୍କୁ ବିଭିନ୍ନ ମହଲରେ ସାଧୁବାଦର ସହ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.