ବିପଦରେ ଦୟା ସେତୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ପଶ୍ଚିମ ପାର୍ଶ୍ୱରେ ପ୍ରବାହିତ ଦୟାନଦୀ ବନ୍ଧରୁ ଯୋରକଣୀକୁ ସଂଯୋଗ କରୁଥିବା ନବ ନିର୍ମିତ ଦୟାସେତୁ ଏବେ ବିପଦରେ । ବହୁ ପ୍ରତିକ୍ଷିତ ଏହି ଦୟାସେତୁ ୨୦୧୫ ମସିହାରୁ ଆରମ୍ଭ ୨୦୨୪ ରେ ସମ୍ପର୍ଣ୍ଣ ହେଲା । ଏହାକୁ ସରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦୀର୍ଘ ୧୦ବର୍ଷ ଲାଗିଲା । ଏବେ ବର୍ଷେ ତଳେ ନିର୍ମିତ ହୋଇଥିବା ଏହି ଦୟା ସେତୁର ସ୍ଲାପରୁ ଚିପ୍ସ, ରଡ଼ ବାହାରି ଗଲାଣି, ବିଭିନ୍ନ ଜାଗାରେ ଖାଲ ଖମା ହୋଇ ପାଣି ଜମି ରହୁଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ବହୁ ଅବହେଳା ଓ ନିମ୍ନ ମାନର କାମ ହେତୁ ବ୍ରିଜର ଏଭଳି ଅବସ୍ତା ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଖୁବ ଶୀଘ୍ର ଏହି ସେତୁ ନଷ୍ଟ ହେବା ସହ ବିପଦର ଆଶଙ୍କା ରହିଛି । ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଏହାର ପ୍ରତିକାର ବ୍ୟବସ୍ତା କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।

jittmm
Leave A Reply

Your email address will not be published.