lika

ସ୍ୱର୍ଣ୍ଣକାର ଗଜାନନଙ୍କ ହତ୍ୟାକାରୀଙ୍କୁ ବାନ୍ଧିଲା ଦେଓଗାଁ ପୋଲିସ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ତିନି ବର୍ଷ ପରେ ବହୁଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବଙ୍ଗଳା ଛକର ସ୍ୱର୍ଣ୍ଣକାର ଗଜାନନ ମେହେରଙ୍କ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତ ଶିର ରଣାଙ୍କୁ ଗିରଫ୍‌ କରି ଆଜି ସିନ୍‌ ରିକ୍ରିଏସନ୍‌ କରିଛି ଦେଓଗାଁ ପୋଲିସ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିିପିଓ ତୋଫାନ ବାଗ । ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୦୨୦ ନଭେମ୍ବର ୧୯ ତାରିଖ ଦିନ ସ୍ୱର୍ଣ୍ଣକାର ଗଜାନନ ମେହେର ନିଖୋଜ ହୋଇଥିବା ଦେଓଗାଁ ଥାନାରେ ରିପୋର୍ଟ ହୋଇଥିବା ବେଳେ ୨୦୨୦ ନଭେମ୍ବର ୨୩ ତାରିଖ ଦିନ ପାଟଣାଗଡ଼ ଦେଓଗାଁ ବ୍ଲକ ସୀମାରେ ଥିବା ଏକ ଜଂଗଲ ଭିତରୁ ନିଖୋଜ ସ୍ୱର୍ଣ୍ଣକାର ଗଜାନନଙ୍କ ମୃତଦେହ ମିଳିଥିଲା । ସେତେ ବେଳେ ଏହା ଏକ ହତ୍ୟା ଘଟଣା ବୋଲି ସଂଦେହ କରାଯାଇ ଦେଓଗାଁ ନିକଟସ୍ଥ ସାରସବାହାଲର ଶିର ରଣାଙ୍କୁ ପୋଲିସ ସଂଦେହ କରିଥିଲା । କିନ୍ତୁ ଶିର ରଣା ଫେରାର୍‌ ଥିବାରୁ ପୋଲିସ ତାଙ୍କୁ କାବୁ କରିବାରେ ବିଫଳ ହୋଇଥିଲା । ତେବେ ବଲାଙ୍ଗିର ଏସ୍‌ପି କ୍ରାଇମ ରିଭ୍ୟୁ ସମୟରେ ଏହି ଘଟଣା ଉପରେ ଗୁରୁତ୍ୱ ଦେଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦେଓଗାଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦେଓଗାଁ ପୋଲିସ ଅଭିଯୁକ୍ତ ଶିର ରଣାଙ୍କୁ ଗିରଫ ପାଇଁ ଯୋଜନା କରିଥିଲା । ଦୁଇ ତିନି ଥର ବିଫଳ ହେବା ପରେ ଗତକାଲି ଦେଓଗାଁ ଥାନା ଆଇଆଇସି ତାରାବତୀ ପଧାନ ଓ ତାଙ୍କ ଟିମ୍‌ ଅଭିଯୁକ୍ତ ଶିର ରଣାଙ୍କୁ ଗିରଫ୍‌ କରିଥିଲେ । ତେବେ ଅଭିଯୁକ୍ତ ଶିର ସ୍ୱର୍ଣ୍ଣକାର ଗଜାନନ ମେହେରଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ କେମିତି ଓ କାହିଁକି ସେ ଗଜାନନଙ୍କୁ ହତ୍ୟା କରିଥିଲେ, ସିନ୍‌ ରିକ୍ରିଏସନ୍‌ ସମୟରେ ସବୁ ବଖାଣିଛନ୍ତି ବୋଲି ଏସ୍‌ଡ଼ିପିଓ ଶ୍ରୀ ବାଗ କହିଛନ୍ତି ।

babaa
Leave A Reply

Your email address will not be published.