ଖଲିକୋଟ ଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଗଡ଼ଜାତରାଜ୍ୟ ଅଞ୍ଚଳ ଭାବେ ଖ୍ୟାତ ଖଲିକୋଟ ସହରର କନକ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାପନା ମଧ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଡ଼ାକ୍ତରୀ ପରୀକ୍ଷଣ ସେବା ଶିବିରରେ ଖଲ୍ଲିକୋଟ ବ୍ଳକ୍ ଓ ବେଗୁନିଆପଡ଼ା ବ୍ଳକ୍‌ରୁ ବହୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହି ଶିବିରର ସୁଯୋଗ ନେଇଥିଲେ । ଖଲିକୋଟର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଙ୍ଗଳୁଚରଣ ଜେନା, କନକ ମଞ୍ଜରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଚରଣ ଶତପଥୀ, ବିଆରଟି ପ୍ରଣବ କୁମାର ଶତପଥୀ, ସିଆରସିସି ଜୟ କୃଷ୍ଣବାଲା, ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସ୍ଵପ୍ନେଶ୍ୱର ପାହାନ, ସନ୍ତୋଷ କୁମାର ଗୌଡ଼, କବିରାଜ ଦଳାଇ, ସମୀର ସମ୍ରାଟ ସାହୁ, ରଞ୍ଜିତ କୁମାର ବେହେରା ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ୟ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଉପସ୍ଥିତ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବ୍ୟବହାରିକ ଉପକରଣ, ଶ୍ରବଣ ବାଧିତଙ୍କୁ ଶ୍ରବଣ ଯନ୍ତ୍ର, ଶାରୀରିକ ପକ୍ଷାଘାତ ଓ ଚଳନ ଶକ୍ତି ବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ଯନ୍ତ୍ର ଆଦି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.