oom

ଗାଇସିଲାଟରେ ସେବା ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ବିଜେପି ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଗୁଦେରପାଲି ମଣ୍ଡଳ ସଭାପତି ବିପିନ ବିହାରି ସାହୁଙ୍କ ଆବାହନ କ୍ରମେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜନକେଡା ସ୍ଥିତ ଗୋପବନ୍ଧୁ ସେବାଶ୍ରମରେ ମିଷ୍ଟାନ୍ନ ବଣ୍ଟନ ଓ ପରେ ଜନକେଡା ବ୍ରାହ୍ମଣମାଲ ରାସ୍ତାରେ ବୃକ୍ଷ ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ଉପାଧ୍ୟକ୍ଷ ମଦନ ଦୀପ, ସାଂସଦ ପ୍ରତିନିଧି ପ୍ରବୀଣ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କମିଟି ସଦସ୍ୟ ବିନାୟକ ପ୍ରସାଦ ଗୁରୁ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଘନଶ୍ୟାମ ସାହୁ, ଗାଇସିଲାଟ ମଣ୍ଡଳ ସଭାପତି ଆନନ୍ଦ ମଟାରି, ଝସକେତନ ସାହୁ ମଣ୍ଡଳ ସଂପାଦକ ଡୋଳାମଣି ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.