oom

ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ା ସମ୍ବର ବ୍ଲକ ପଦ୍ମପୁର ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ସରକାରୀ ୟୁପି ସ୍କୁଲ, ଟାଲ୍ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟକ ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ସଭାରେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କନକ ନାଏକ, ଟାଲ୍ ସରପଞ୍ଚ ଶ୍ରୀମତୀ ମିଥିଳା ସାହୁ ଓ ବିଶିଷ୍ଟ ଶିକ୍ଷାବିତ ରଞ୍ଜିତ ଭୋଇ ମଞ୍ଚାସୀନ ଥିଲେ । ସର୍ବପ୍ରଥମେ ଅତିଥିଗଣଙ୍କ ହାତରେ ଶ୍ରୀ ଗଣେଶ ଓ ମା ସରସ୍ଵତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରଯାଇଥିଲା । ଅତିଥିଗଣ କୁନି ବୈଜ୍ଞାନିକମାନଙ୍କୁ ନିଜର ଆବିଷ୍କାରକୁ ମାନବ ସେବାରେ ନିୟୋଜିତ କରି ଦେଶ ତଥା ଜାତିର ଗୌରବ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେବା ସହ ଶୁଭେଚ୍ଛା ଜଣାଇଥିଲେ । ପରେ ପ୍ରଦର୍ଶନୀ କକ୍ଷର ଫିତା କାଟି ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ଦେଖିବା ସହ ଉତ୍ସାହିତ କରିଥଲେ । ଉଦ୍‌ଯାପନୀ ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଓ ଅବସର ପ୍ରାପ୍ତ ଶିକ୍ଷକ ମହୀପାଳ ସ୍ୱାଇଁ, ମୁଖ୍ୟବକ୍ତା ଏବଂ ମେଲଛାମୁଣ୍ଡା ସରପଞ୍ଚ ପ୍ରତ୍ୟୁଷ ରଞ୍ଜନ ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗଦାନ୍ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ଉଦ୍‌ଯାପନୀ ଉତ୍ସବରେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ, ଜିତେନ୍ଦ୍ର ପଣ୍ଡା, ରାଜେଶ ଖମାରୀ, ସଦାନନ୍ଦ ପୁରୋହିତ, ଶିବପ୍ରସାଦ ଯୋଶୀ, ମଧୁସୂଦନ ହୋତା ଯୋଗଦାନ କରିଥିଲେ । ପ୍ରାଥମିକ ସ୍ତରରେ ନୀରବତି ନେଲ୍, ସ୍ଵସ୍ତିକ ବେହେରା, ପ୍ରଜ୍ଞା ଭୋଇ ଓ ହାଇସ୍କୁଲ୍ ସ୍ତରରେ ପୀୟୂଷ ବାବୁ, ଅନିମେଶ ଭୋଇ, ଟିକେଶ୍ୱରି ସାହୁ, ସୁହାନି ସାହୁ, ସମ୍ପୂର୍ଣ୍ଣକ୍ଷ ମିଶ୍ର, ସୌମ୍ୟାଶ୍ରିତା ପାତ୍ର ଓ ସମ୍ରାଟ କୁମ୍ଭାର । ହାଇସ୍କୁଲ ସ୍ତରରେ ପୁରସ୍କୃତ ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଆସନ୍ତା ନଭେମ୍ବର ୨୪ ତାରିଖରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା ଠାରେ ଭାଗ ନେବେ । ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ଖମାରୀ ଓ ମାନସ ରଞ୍ଜନ ଶତପଥୀ ସଂଯୋଜନା କରିଥିବା ବେଳେ କୁଇଜ୍ କାର୍ଯ୍ୟକ୍ରମକୁ ସୁଶ୍ରୀ ପ୍ରୀତି ରଶ୍ମି ସେଠ ଓ ପ୍ରେମ ସାଗର ପ୍ରଧାନ ପରିଚାଳନା କରିଥିଲେ । ସୁଶ୍ରୀ ସୋନାଲିକା ଶବର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବ୍ଲକ ବିଜ୍ଞାନ କୋର୍ କମିଟିର ସଦସ୍ୟ ପ୍ରମୋଦ ନାଥ, ରେଣୁଧର ସାହୁ, ରବିନାରାୟଣ ପଣ୍ଡା, ଶ୍ରୀମତୀ ସନ୍ଧ୍ୟାରାଣୀ ବରିହା, ସୁଶାନ୍ତ ଯୋଶୀ, ଟିକନୁ ସାହୁ, ନେତ୍ରାନନ୍ଦ ସାହୁ, ଆଶିଷ ବୈକାର, ସୁଦାମ ବିଶି, ସୁଶୀଲ ସିକା, ବୀରବର ସାହୁ, ଦେବାନନ୍ଦ ତୁରିଆ, ସୁରେଶ ଚୌହାନ ଓ ବ୍ଲକର ସମସ୍ତ ସି.ଆର.ସି.ସି ଏବଂ ସ୍ଥାନୀୟ ସ୍କୁଲର ସମସ୍ତ ଶିକ୍ଷକ ତଥା ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳତାର ସହ ସଂପନ୍ନ ହୋଇଥଲା । ପରିଶେଷରେ ଶିବପ୍ରସାଦ ଯୋଶୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.