ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି : ପୁନଃ ବିଚାର ନ ହେଲେ ଅନ୍ୟ ସ୍କୁଲକୁ ଛାଡିବେ ନାହିଁ ଛୁଆମାନଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଅଧିକ ଉନ୍ନତି ଶିକ୍ଷା ବ୍ୟବସ୍ଥା କାର୍ୟ୍ୟକାରୀ କରିବା ଆଳରେ ଶିକ୍ଷାର ମୌଳିକ ଅଧିକାରକୁ ଛଡେଇ ନେବା ପାଇଁ ସ୍କୁଲ ବନ୍ଦ ବା ମିଶ୍ରଣ ନିଷ୍ପତ୍ତିକୁ ଝାରବନ୍ଦ ବ୍ଲକ ଅଭିଭାବକ ସଂଘ ତ୍ରୀବ୍ର ବିରୋଧ କରିବା ସହ ଛୁଆମାନେ ମୁର୍ଖ ହୋଇ ଯିବେ ବରଂ ତାଙ୍କର ଜୀବନର ସୁରକ୍ଷା ପାଇଁ ଅନ୍ୟ କୌଣସି ବିଦ୍ୟାଳୟକୁ ଛୁଆମାନଙ୍କୁ ଛଡାଯିବ ନାହିଁ ବୋଲି ଅଭିଭାବକ ସଂଘ ଚରମ ନିଷ୍ପତ୍ତି ନେଇଛି । ଆଜି ଝାରବନ୍ଦ ଠାରେ ବନ୍ଦ ହୋଇଥିବା ୧୫ଟି ବିଦ୍ୟାଳୟର ଅଭିଭାବକମାନଙ୍କ ଏକ ମିଳିତ ବୈଠକ ଡା. ଝସକେତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମତ ପ୍ରକାଶ ପାଇଥିଲା ଯେ ଝାରବନ୍ଦ ବ୍ଲକ ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏବଂ ଅଧିକାଂଶ ଅଞ୍ଚଳ ଜଙ୍ଗଲ ଭିତରେ ରାସ୍ତା ମାନେ ଥିବା କାରଣରୁ ଅଳ୍ପ ବୟସ ଛୁଆମାନେ ନିଜ ଗାଁ ଛାଡି ଅନ୍ୟ ଗାଁକୁ ଯିବା ବେଳେ ତାଙ୍କର ଜୀବନ ପ୍ରତି ମଧ୍ୟ ବିପଦ ରହିଛି । ଅନେକ ସମୟରେ ଝାରବନ୍ଦ ଅଞ୍ଚଳରେ ହାତୀ, ଭାଲୁ, ବରାହଙ୍କ ଶିକାର ହୋଇ ସାଧାରଣର ଜୀବନ ଯାଇଥିବା ନଜିର ଅଛି । ଭୌଗଳିକ ଦୃଷ୍ଟିକୋଣରୁ ମଧ୍ୟ ଜଙ୍ଗଲ, ନଦୀ, ନାଳା ରାସ୍ତା ଥିବାରୁ ଛୋଟ ଛୁଆମାନେ ଦୂର ସ୍ଥାନକୁ ପଢି ଯିବା ସମସ୍ୟା ସୃଷ୍ଟି ହେବ । ତେଣୁ ରାଜ୍ୟ ସରକାର ସ୍କୁଲ ବନ୍ଦ ବା ମିଶ୍ରଣ ନିଷ୍ପତ୍ତିକୁ ପୂନଃ ବିଚାର କରି ଝାରବନ୍ଦ ବ୍ଲକର ଏହି ୧୫ଟି ସ୍କୁଲକୁ ଚାଳୁ ରଖନ୍ତୁ । ବନ୍ଦ ପଡିଥିବା ସ୍କୁଲ ମଧ୍ୟରେ ଚନ୍ଦ୍ରମଣିପୁର, ଲୋହରସିଂହ, ଗଠୁଗୁଡା, ସଂକ୍ରି, ଅନୁଗୁଲ, ଜଗଦଳପୁର, ଛୋଟ ଅନକି, ଡୁଙ୍ଗୁରୀପାଲି, ନିଲଜିପତରା, ଭଏଁସାଦର୍ହା, ଭଣ୍ଡାରପୁରୀ, ବିଲାସପୁର, ମହଗାଁ, ରାଜେନ୍ଦ୍ରପୁର ଆଦି ସ୍କୁଲ ଗୁଡିକ ଅନ୍ତର୍ଭୁକ୍ତ । ଆଜି ଏହି ବୈଠକରେ ବିଭିନ୍ନ ବିଦ୍ୟାଳୟ ଅଭିଭାବକ ସର୍ବଶ୍ରୀ ନରେନ୍ଦ୍ର ସିଂ, ମନବୋଧ ପ୍ରଧାନ, ଶୁଶାନ୍ତ ସିଂ, ଜୟ ପ୍ରକାଶ ପ୍ରଧାନ, ବୃନ୍ଦାବନ ସିଂ, ମହାଦେବ ପ୍ରଧାନ, ଅମର ଠାକୁର, ଉପେନ୍ଦ୍ର ସିଂ, ଅମର ନାୟକ, ସନ୍ତୋଷ ସାହୁ, ସୁରେଶ ପଟେଲ, ଲକ୍ଷ୍ମଣ ଠାକୁର, ଜୟ ପ୍ରକାଶ ପ୍ରଧାନ, ସୁରେଶ ପଟେଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.