ଡେଲାଙ୍ଗ ବ୍ଲକର ପୂର୍ବତନ ଅଧକ୍ଷ ସତ୍ୟବାଦୀ ସ୍ୱାଇଁଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଳକ୍ ଅଧିନ ହାକପଡା ଗ୍ରାମର ଡେଲାଙ୍ଗ ବ୍ଲକର ପ୍ରାକ୍ତନ ଅଧକ୍ଷ ସତ୍ୟବାଦୀ ସ୍ୱାଇଁ( ୮୨)ଙ୍କ ନଭେମ୍ବର ୧୨ତାରିଖ ରବିବାର ରାତ୍ର ୯ଟା ରେ ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ଶୁଣି ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଶ୍ରୀ ସ୍ୱାଇଁ ଦୁଇ ଦୁଇ ଥର ଡେଲାଙ୍ଗ ବ୍ଲକ ଚେୟାରମ୍ୟାନ, ସମ୍ମିଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଏବଂ ଜେନାପୁର ପଞ୍ଚାୟତର ଥରେ ସରପଞ୍ଚ ମଧ୍ୟ ହୋଇଥିଲେ । ସେ ଜଣେ ଲୋକପ୍ରିୟ ବରିଷ୍ଠ କଂଗ୍ରେସ ନେତା ଥିଲେ । ଏଥି ସହ ସମାଜସେବୀ, ପରୋପକାରୀ, ମେଳାପୀ, କର୍ତ୍ତବ୍ୟନିଷ୍ଠ, ଧର୍ମପରାୟଣ ଓ ସେ ସମସ୍ତଙ୍କର ପ୍ରିୟ ମଣିଷ ଥିଲେ । ତାଙ୍କର ନିଷ୍ଠା ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେଉଥିଲେ । ତାଙ୍କର ମରଶରୀରକୁ ଗ୍ରାମ ପରିକ୍ରମା ପରେ ପୁରୀ ସ୍ଵର୍ଗ ଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ବଡ଼ ପୁଅ ତପନ କୁମାର ସ୍ୱାଇଁ ମୁଖାଗ୍ନି ଦେଇଥିଲେ । ମାନବ ଜୀବନରେ କର୍ମ ସବୁଠାରୁ ବଡ଼ । ତେଣୁ ସବୁବେଳେ ଭଲ କାମ କରିବା ଉଚିତ୍ । ଭଲ କାମ, ଜଣେ ମଣିଷକୁ ଅମର କରି ରଖେ ବୋଲି ଆଜି ଶେଷ ଦର୍ଶନରେ ଯୋଗଦେଇଥିବା ବହୁ ମାନ୍ୟଗନ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିଛନ୍ତି । ସ୍‌ସ୍ୱର୍ଗତ ସ୍ୱାଇଁଙ୍କ ହାକପଡା ସ୍ଥିତ ବାସଭବନରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲାପରିଷଦ ସଭ୍ୟ ତଥା ପୂର୍ବତନ ବ୍ଲକ ଅଧକ୍ଷ ପ୍ରସନ୍ନ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ, ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀଶ୍ରୀ ରାଉତରାୟ, ବିଜେଡି ବ୍ଲକ ସଭାପତି ବୈରାଗୀ ଜେନା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, କଂଗ୍ରେସ କର୍ମୀ ପ୍ରହଲ୍ଲାଦ ସ୍ୱାଇଁ, ନିର୍ମଳ କୁମାର ପରିଡା, ବହୁ ନେତା, ଦଳୀୟ କର୍ମୀ, ନେତୃବୃନ୍ଦ, ଶିକ୍ଷକ, ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖ ପହଂଚି ଦିବ୍ୟଙ୍ଗତ ଶ୍ରୀ ସ୍ୱାଇଁଙ୍କ ମରଶରୀରରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏଥି ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ଧର୍ମପତ୍ନୀ ପୁଅ ପୁତୁରା, ବୋହୁ, ଝିଅ ଜ୍ୱାଇଁ, ନାତିନାତୁଣୀ, ବନ୍ଧୁ ବାନ୍ଧବ, ପରିବାର ବର୍ଗ, ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave A Reply

Your email address will not be published.