ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଖୋର୍ଦ୍ଧାରୋଡ଼-ପୁରୀ ରେଳପଥର ମୋଟାରି ଓ କଣାସ ରେଳଷ୍ଟେସନର ମଧ୍ୟବର୍ତ୍ତୀ ଜଗଦଳପୁର ଗେଟଠାରେ ଥିବା ମାନବ ସେବା ଯୁକ୍ତ ଫାଟକ ପରିବର୍ତ୍ତେ ଓଭର ବ୍ରିଜ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରାଥମିକ ସର୍ଭେ ସହ ସ୍ଥାନୀୟ ଜନସାଧାରଣଙ୍କଠାରୁ ଆପତ୍ତି ଆହ୍ୱାନ କରାଯାଇଛି । ଡେଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ସୁପରଭାଇଜରଙ୍କ ସହ ପୂର୍ବତଟ ରେଳପଥର ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ କ୍ଷତ୍ରିୟ ଅନୁଧ୍ୟାନ କରିଥିଲେ ।
Prev Post