ls

ସରିଲା ମହାପ୍ରଭୁଙ୍କ ଜଳକ୍ରୀଡା ନୀତି : ଆଜି ଶ୍ରୀଜିଉଙ୍କ ହଳଦୀପାଣି ନୀତି

sb

ପୁରୀ : ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିଛନ୍ତି । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ ଚାଲିଥିଲା । ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି। ଆଜି ଶ୍ରୀଜିଉଙ୍କ ହଳଦୀପାଣି ନୀତି ଅନୁଷ୍ଠିତ ହେବ । ଆଜ୍ଞାମାଳ ପାଇବା ପରେ ବିମାନ ବିଜେ କରି ଠାକୁର ନରେନ୍ଦ୍ର ପୁଷ୍କରୀଣିରେ ପହଞ୍ଚିବା ପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେ କରି ହଳଦୀପାଣି ଖେଳିବେ ।

pc pk
Leave A Reply

Your email address will not be published.