centurian jitm

ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡଲ ଶୋଭାଯାତ୍ରା

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ଭାରତର ହିନ୍ଦୁମାନଙ୍କ ଉପରେ ବର୍ବର୍ ଆକ୍ରମଣ ସହିତ ହତ୍ୟା କରାଯାଇ ଥିବାକୁ ଘୋର ନିନ୍ଦାକରି ରାଧାକାନ୍ତ ବିଦ୍ୟାପୀଠର କ୍ରିଡ଼ାବିତ, ସ୍କାଉଟ ଓ ଗାଇଡି ଛାତ୍ରଛାତ୍ରୀ ଏକତ୍ର ହୋଇ ଅପରାହ୍ନ ୪ ଘଟିକାରେ ଶ୍ରଦ୍ଧାଞ୍ଜଳି ସଭା କରି ମୃତ ଭାରତୀୟଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏକ କ୍ୟାଣ୍ଡଲ ଶୋଭାଯାତ୍ରାରେ ଡେଲାଙ୍ଗ ଷ୍ଟେସନ ବଜାର ପରିକ୍ରମା କରିଥିଲେ । ଏହି କ୍ୟାଣ୍ଡଲ ଶୋଭା ଯାତ୍ରାର ଦାୟିତ୍ଵ ନେଇଥିଲେ ଶାରୀରିକ ଶିକ୍ଷ୍ୟା ଶିକ୍ଷକ ନଟବର ସେଠୀ । ସେହିପରି ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର, ଡେଲାଙ୍ଗ ପକ୍ଷରୁ ଉଗ୍ରବାଦୀଙ୍କ ଆକ୍ରମଣରେ ନିହିତ ହୋଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା, ଦୀପଦାନ ଓ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ମିଡ଼ିଆ ପରିବାରର ପ୍ରତିଷ୍ଠାତା ତଥା ସାମ୍ବାଦିକ ଦିଲ୍ଲୀପ ଧାଉଡ଼ିଆ ଆତଙ୍କବାଦୀଙ୍କ ଏହି ବର୍ବୋର୍ଚ୍ଚିତ ଆକ୍ରମଣର ତୀବ୍ର ନିନ୍ଦା କରିବା ସହିତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.