oom

ବଲାଙ୍ଗିର ସହରର ହିନ୍ଦୁ ମୁସଲମାନ ସମ୍ପ୍ରଦାୟର ଅନନ୍ୟ ସାର୍ବଜନୀନ ଦୁର୍ଗାପୂଜା ଟିକ୍ରାପଡା ଗାନ୍ଧୀପାଠାଗାରର ନବଦୁର୍ଗାପୂଜା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଟିକ୍ରାପଡା ଗାନ୍ଧୀପାଠାଗାରରେ ୫୭ତମ ଦୁର୍ଗାପୂଜା ବିଭିନ୍ନ ସମ୍ପ୍ରଦାୟ ତଥା ଧର୍ମାଲମ୍ବୀଙ୍କ ମିଳିତ ଉଦ୍ୟମରେ ଆୟୋଜନ କରାଯାଉଛି । ଚଳିତ ବର୍ଷ ୨/୧୦/୨୪ ଦିନ ବିଲ୍ଵ ବରଣ ଏବଂ ୩/୧୦/୨୪ ରେ କଳସ ଶୋଭାଯାତ୍ରା ସହ ନବରାତ୍ର ଦୁର୍ଗାପୂଜା ଆୟୋଜନ କରାଯାଇଛି । ଚଳିତ ବର୍ଷ ଆୟୋଜନ କମିଟିର ସଭାପତି ପ୍ରକାଶ ନେପାକ, ସମ୍ପାଦକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗଙ୍କ ସହ ସନ୍ତକ ବହିଦାର, ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି ସଭ୍ୟ ଆକବର (ମାନା) ଖାନ, ସଞ୍ଜୟ ଗଡ଼ତ୍ୟା, ରାଜେନ୍ଦ୍ର ପାଣି, ପ୍ରବୀଣ ଦର୍ଜୀ, ଟୁନା ହୋତା, ଅଜିତ ପଣ୍ଡା, ଦିଲ୍ଲୀପ ସାହୁ, ବାଦଲ ସାହୁ, ଜିତୁ ମଟାରୀ, ଅବଦୁଲ ରାଜାକ, ଦାଶରଥି ସାହୁ, ବାବୁ ଶ୍ରୀଚନ୍ଦନ, ସଂଗ୍ରାମ ବହିଦାର, ଦୁର୍ଗା ସାହୁ, ରାଜେନ୍ଦ୍ର ମିଶ୍ର, କୁନୁ ପାତ୍ର ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା, ସଭ୍ୟା ମିନତୀ ରଥ, ଦମୟନ୍ତୀ ବାଗ, ସଭ୍ୟା ସବିତା ବେହେରା, ପ୍ରତିମା ମଟାରୀ, ମଞ୍ଜୁଳା ମିଶ୍ର ପ୍ରମୁଖ ପୂଜା ଦାୟିତ୍ୱ ବହନ କରିଛନ୍ତି । ପଣ୍ଡିତ ଶୁକଦେବ ତ୍ରିପାଠୀ ଏବଂ ସାଥି ପୂଜା କାର୍ଯ୍ୟ ସମ୍ପାଦନା କରିବା ସହ ମୁଖ୍ୟ କର୍ତ୍ତା ବୈଷ୍ଣବ ସାହୁ ଓ ସହଧର୍ମିଣୀ ସ୍ନେହଲତା ସାହୁ ଏବଂ ନଅ ଦିନରେ ୯ ଜଣ ସହଯୋଗୀ କର୍ତ୍ତା ରୂପେ ଅଶୋକ ଦାସ ଓ ସହଧର୍ମିଣୀ ସାଧନା ଦାସ, ପ୍ରକାଶ ନେପାକ ଓ ଭାରତୀ ନେପାକ, ଅବିନାଶ ବେହେରା, ବନେଶ୍ୱରୀ ବେହେରା, ରାଜୁ ମିଶ୍ର, ମଞ୍ଜୁଳା ମିଶ୍ର, ବାବୁଲା ରଥ, ମିନତୀ ରଥ, ଅମୀୟ ମିଶ୍ର, ଦମୟନ୍ତୀ ମିଶ୍ର, ଜିତୁ ମଟାରୀ, ପ୍ରତିମା ମଟାରୀ, ଦିଲ୍ଲୀପ ସାହୁ ଓ କଳ୍ପନା ସାହୁ, ସଂଜୀବ (ଟୁନୁ) ସାହୁ, ପ୍ରୀତି ସାହୁ, ରଂଜିତ ଗୋୟଲ, ନେହା ଗୋୟଲ ପ୍ରମୁଖ ମା’ଙ୍କ ପୂଜା ଓ ଉପାସନା କରୁଛନ୍ତି । ଚଳିତ ବର୍ଷ ବିଶେଷ କରି ସମସ୍ତ ପଡ଼ାବାସୀଙ୍କୁ ସାମିଲ କରି ମା’ଙ୍କ ପୂଜା ଉପରେ ପ୍ରାଧାନ୍ୟ ଦିଆଯାଇଥିବା ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.