ବୃକ୍ଷରୋପଣ କଲେ ସରପଞ୍ଚ ସୁବାସିନୀ ନନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀମତୀ ସୁବାସିନୀ ନନ୍ଦ ଓ ନନ୍ଦିକିଶୋର ନନ୍ଦ ବୃକ୍ଷରୋପଣ କରିଛନ୍ତି । ଏକ ସ୍ୱତନ୍ତ୍ର ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ ତଥା ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମସ୍ତେ ମିଳିମିଶି ବିଦ୍ୟାଳୟକୁ ଆଗକୁ ନେବାକୁ ଆହ୍ୱାନ ଦେଇଥିଲେ ବରିଷ୍ଠ ସମାଜ ସେବୀ ପର୍ଶୁରାମ ସାହୁ । ମାଧବ ରଣା, ସୁରେଶ ସାହୁ, ଜୟମାନ ହଂସ, ସନ୍ତୋଷ ସାହୁ, ଗୀତା ସାହୁ ତଥା ମୋ ସ୍କୁଲ ଅଭିଯାନର ସଭାପତି ସନ୍ତୋଷ କୁମାର ପାଢ଼ୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.