ସରପଞ୍ଚ ହେବତ ଏମିତି : ଘର ପୋଡ଼ି ଯାଇଥିବା ପରିବାରକୁ ସାହା ହେଲେ ସରପଞ୍ଚ ସୁଦାମ ଚରଣ ସେଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଝେଙ୍ଗନାଡିହୀ (ଢିପାପଡା) ନିବାସୀ ସନ୍ତୋଷ ବରିହାଙ୍କ ଘରେ ଆଜି ପ୍ରାୟ ୧ଘ.୩୦ ମିନିଟ ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀମାନେ ଏହି ଘଟଣାକୁ ଦେଖି ସରପଞ୍ଚଙ୍କୁ ଜଣାଇ ପରେ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଦାମ ଚରଣ ସେଠୀ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ଏବଂ ପାଇକମାଲ ଅଗ୍ନିଶମ ବିଭାଗ ଆସି ଦମକଳ ଯୋଗେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ସରପଞ୍ଚ ଶ୍ରୀ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଦେଖିଥିଲେ । ଘର ସହିତ ଘରେ ଥିବା ସମସ୍ତ ଧାନ, ଚାଉଳ, ମହୁଲ, ଟଙ୍କା, ସରକାରୀ କାଗଜତପତ୍ର ଗୁଡିକ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଥିଲା । ସନ୍ତୋଷ ବରିହାଙ୍କ ସ୍ତ୍ରୀ ସତ୍ୟବତୀ ବରିହା ଓ ତିନୋଟି ଝିଅ, ଘର ସଂପୂର୍ଣ୍ଣ ପୋଡିଯିବାରୁ ଧର୍ଯ୍ୟହରା ହୋଇପଡିଥିଲେ । ସତ୍ୟବତୀ ବରିହା ଓ ଝିଅ ନୀଲାବତୀ ବରିହା ଚେତାଶୂନ୍ୟ ହୋଇ ଗୁରୁତର ହୋଇ ପଡିବାରୁ ବିଳମ୍ବ ନ କରି ସରପଞ୍ଚ ଶ୍ରୀ ସେଠୀ ନିଜ ବୋଲେରୋ ଯୋଗେ ଦୁଇଜଣଙ୍କୁ ପଦ୍ମପୁର ସରକାରୀ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ ଏବଂ ଔଷଧ ପତ୍ର ପାଇଁ କିଛି ସହାୟତା ରାଶି ପ୍ରଦାନ କରିଥିଲେ । ସନ୍ତୋଷ ବରିହାଙ୍କ ପୋଡି ଯାଇଥିବା ଘର ତଥା କ୍ଷୟକ୍ଷତିର ଆକଳନ କରି ତାଙ୍କୁ ଏକ ଘର ଏବଂ ଆଗତ କାଳୀନ ସରକାରୀ ସହାୟତା ଶୀଘ୍ର ଯୋଗାଇ ଦେବା ପାଇଁ କିଛି ସହାୟତ ରାଶି ପ୍ରଦାନ କରିଥିଲେ । ସରପଞ୍ଚ ଶ୍ରୀ ସେଠୀ ସନ୍ତୋଷ ବରିହାଙ୍କ ଘର ପୋଡି ଯାଇଥିବା ଘର ତଥା କ୍ଷୟକ୍ଷତିର ଆକଳନ କରି ତାଙ୍କୁ ଏକ ଘର ଏବଂ ଆଗତ କାଳୀନ ସରକାରୀ ସହାୟତା ଶୀଘ୍ର ଯୋଗାଇ ଦେବା ପାଇଁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.