ppurohit

ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପ୍ରବେଶ ଉତ୍ସବ ପାଳନ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପ୍ରବେଶ ଉତ୍ସବ ପାଳନ ହୋଇଯାଇଛି । ପ୍ରବେଶ ଉତ୍ସବ ଉପଲକ୍ଷେ ନାରୀ ଶିକ୍ଷା ବେଟି ବଚାଓ ବେଟି ପଢାଓ ସ୍ଲୋଗାନରେ ନଗର ପରିକ୍ରମା କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଅବସରରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜା ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ରାଜବୋଡାସମ୍ବର୍ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇ, ସମାଜସେବୀ ନିରୋଜ ଦୋର, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଏସ୍ଏମସି ସଦସ୍ୟା ଅନିତା ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଡିଓ ସରୋଜା ବେହେରା ଛାତ୍ରୀ ମାନଙ୍କୁ ବୌଦ୍ଧିକ ଓ ଶାରୀରିକ ବିକାଶ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷୟିତ୍ରୀ ରବୀନା ପଧାନ ନାରୀ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ନୂତନ ଭାବରେ ବିଦ୍ୟାଳୟରେ ନାମଲେଖା ପାଇଁ ଆସିଥିବା ଛାତ୍ରୀଙ୍କୁ ବ୍ୟାଗ୍, କଲମ, ଇଂରାଜୀ ଓ ଓଡ଼ିଆ ହସ୍ତାକ୍ଷର ଖାତା ଥିବା ୱେଲକମ୍‌ କିଟ୍‌ ସହ ସ୍ୱାଗତ କରାଯାଇଥିଲା । ମାନସ ରଞ୍ଜନ ଶତପଥୀ ସଭା ପରିଚାଳନା କରିଥିବା ବେଳେ ଜ୍ୟୋତ୍ସ୍ନା ରାଣୀ ସାହୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ବିଦ୍ୟାଳୟର ସଂଯୁକ୍ତା ଭୋଇ, ମନିଷା ଭୋଇ, ବୃନ୍ଦାବତୀ ସାହୁ , ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.