ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର

  • କଲେଜ୍ ଜମି କଲେଜ୍ ନାଁରେ କେବେ ହେବ ରାଜସ୍ୱ ମନ୍ତ୍ରୀ ଜବାବ ଦିଅ
  • ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥା ଶୀଘ୍ର ପୂରଣ ଆମର ଦାବି
  • ଶିକ୍ଷାବିତ୍ ଓ ଅଣରାଜନୈତିକ ବ୍ୟକ୍ତିଙ୍କୁ ନେଇ କଲେଜ୍ କ୍ୟାମ୍ପସର ଗଭର୍ଣ୍ଣି ବଡି ତିଆରି ହେବା ସରକାର ତାର ଜବାବ ଦିଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ବଲାଙ୍ଗିର ସ୍ଥିତ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଶାଖାର ବିଦ୍ୟାର୍ଥୀ କାର୍ଯ୍ୟକର୍ତ୍ତାମାନେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ଓ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ କଲେଜ ଅଧ୍ୟକ୍ଷଙ୍କ ଜରିଆରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ବିଭାଗ ସଂଯୋଜକ ମଞ୍ଜିତ୍ କର୍ମୀ, ଛାତ୍ର ନେତା ଆକାଶ କମ୍ପ, ରାଜୀବ ନାୟକ, ଛାତ୍ରୀନେତ୍ରୀ ପୂଜା ରାଉତ, ନଗର ସମ୍ପାଦକ ତେଜରାଜ ସାହୁ, ବିଭାଗ ସଂଗଠନ ସମ୍ପାଦକ ବିକାଶ ସାହୁ, ବଲାଙ୍ଗିର ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମସ୍ତ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କାରାଯିବ ବୋଲି ଚେତାବନୀ ଦେଇଛନ୍ତି ନଗର ସମ୍ପାଦକ ତେଜରାଜ ସାହୁ ।

ମୌଳିକ ଦାବିଗୁଡ଼ିକ ହେଉଛି :

୧. ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଉ ।
୨. ଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥା ଶୀଘ୍ର ପୂରଣ କରାଯାଉ ।
୩. କ୍ୟାମ୍ପସ ପାଇଁ ଉପଯୁକୁ ସୁରକ୍ଷା ଏବଂ ସମ୍ପୂର୍ଣ୍ଣ ବାଡ଼ ଆବଶ୍ୟକ ।
୪. ପାଠାଗାରରେ ପର୍ୟ୍ୟାପ୍ତ ପୁସ୍ତକ ସହିତ ଇ-ଲାଇବ୍ରେରୀ ସ୍ଥାପନ।
୫. ପୋଷ୍ଟ ମାଟ୍ରିକ ମେଧାବୃତ୍ତି ଠିକ ସମୟରେ ନ ମିଳିବା କାରଣରୁ ବହୁତ୍
ଗରିବ ବିଦ୍ୟାର୍ଥୀ କଷ୍ଟ ଅନୁଭବ କରୁଛନ୍ତି । ଏହା ଉଚିତ୍ ସମୟ ମଧ୍ୟରେ ପ୍ରଦାନ କରାଯାଉ ।

Leave A Reply

Your email address will not be published.