oum

ଶୋଷଣ ମୁକ୍ତ ସାମାଜ ଗଠନରେ ଗ୍ରାହକମାନଙ୍କ ସଚେତନତା ହିଁ ସଫଳତା ଆଣିବ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୈତିକ ଭାବେ ଗ୍ରାହକମାନଙ୍କ ଉପରେ ହେଉଥିବା ଶୋଷଣ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ ଗ୍ରାହକ ପଞ୍ଚାୟତର ସୃଷ୍ଟି । ଗ୍ରାହକ ପଞ୍ଚାୟତର ମୁଖ୍ୟ କାର୍ଯ୍ୟ ହେଲା ଗ୍ରାହକମାନଙ୍କୁ ଜାଗ୍ରତ କରିବା ତଥା ଶୋଷଣ ବିରୁଦ୍ଧରେ ସଙ୍ଗଠିତ ହୋଇ ନିଜର ଅଧିକାର ବିଷୟରେ ସଚେତନ କରିବା । ଗ୍ରାହକ କିଣୁଥି ବା ପଦାର୍ଥର ଗୁଣବତ୍ତା ସହିତ ଉଚିତ୍ ପରିମାଣ ଯେପରି ପାଇବ ତାହା ନିଶ୍ଚିତ କରିବା ଦାୟିତ୍ଵ ହେଲା ଗ୍ରାହକ ପଞ୍ଚାୟତର ବୋଲି ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର କେନ୍ଦ୍ରୀୟ ସଂଗଠନ ସମ୍ପାଦକ ଦିନକର ଅବନୀସ ଜି ଏଠାରେ ପ୍ରକାଶ କରିଛନ୍ତି । ସ୍ଥାନୀୟ ପତିତପାବନ ଏକାଡେମୀ ସ୍ଥିତ ସଭାଗୃହରେ ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତରଫରୁ ଗତକାଲି ସନ୍ଧ୍ୟାରେ ଆୟୋଜିତ ‘ଶୋଷଣ ମୁକ୍ତ ସାମାଜ ଗଠନରେ ଗ୍ରାହକ ପଞ୍ଚାୟତ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗ୍ରାହକ ପଞ୍ଚାୟତର କାର୍ଯ୍ୟ ଶୈଳୀ ଓ ଦାୟିତ୍ଵ ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଡିଏଭି କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବେ ଗ୍ରାହକ ପଞ୍ଚାୟତ ପ୍ରାନ୍ତର ସଭାପତି ଶଶିଭୂଷଣ ପୁରୋହିତ ବକ୍ତବ୍ୟ ରଖିଥିଲେ । ଶେଷରେ ସଂଗଠନର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାହକ ପଞ୍ଚାୟତର ସଦସ୍ୟ ସଦସ୍ୟା ସମେତ ବିଭିନ୍ନ ବର୍ଗର ନାଗରିକ ଉପସ୍ଥିତ ଥିଲେ । ପୂର୍ବରୁ ମଧ୍ୟାହ୍ନରେ ସଂସ୍କୃତି ଭବନଠାରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରାନ୍ତ ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ଅବନିସ କାର୍ଯ୍ୟର ସମୀକ୍ଷା କରିବା ସହିତ ବିସ୍ତାରିତ ରୂପେ କାର୍ଯ୍ୟ ସଂପାଦନ ପାଇଁ ଯୋଜନା ସମ୍ପର୍କରେ ଅବଗତ କରିଥିଲେ, ନିକଟରେ ଅଖିଳ ଭାରତୀୟ ସ୍ତରରୁ ସମୟୋପଯୋଗୀ ବ୍ୟବସ୍ଥା ଗୁଡିକ ତଥା ଏହା କିପରି ଭାବରେ କରାଯିବ ତାହା ବୁଝାଇଥିଲେ । କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା ସଂଗଠନ ସମ୍ପାଦକ ସତ୍ୟନାରାୟଣ ପଟେଲ୍‌ଙ୍କ ସମେତ ରାୟଗଡା, ବରଗଡ, ସୁନ୍ଦରଗଡ଼ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.