ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଦୁଇ ନୂତନ ସଫଳତା

  • ଇଷ୍ଟ୍ ଜୋନ ପ୍ରି–ଆର୍ଡି ପ୍ୟାରେଡ୍ କ୍ୟାମ୍ପ ପାଇଁ ଲୋକେଶ ବଗର୍ତ୍ତୀ ଓ ମାନସୀ ସାହୁଙ୍କ ଚୟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ପଂଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲର ରାଜନୀତି ବିଜ୍ଞାନ ବିଭାଗ ଛାତ୍ର ଲୋକେଶ ବଗର୍ତ୍ତୀ ଏବଂ ଇତିହାସ ବିଭାଗର ଛାତ୍ରୀ ମାନସୀ ସାହୁ ଏହି ଦୁଇ ଜଣ ଏନ୍‌ଏସ୍‌ଏସ୍‌ ସ୍ୱୟଂସେବକ ଇଷ୍ଟ ଜୋନ ପ୍ରି-ରିପବ୍ଲିକ୍ ଡେ ପ୍ୟାରେଡ୍ କ୍ୟାମ୍ପ ପାଇଁ ଚୟନ ହୋଇଛନ୍ତି । ଏହି କ୍ୟାମ୍ପ ୧୮ ନଭେମ୍ବରରୁ ୨୭ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ନିଓଟିଆ ୟୁନିଭର୍ସିଟି, ପଶ୍ଚିମବଙ୍ଗରେ ଆୟୋଜିତ ହେବ । ଏହି ସଫଳତା ପଛରେ ଏନଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ଛନ୍ଦା ଚରଣ ଖୁଣ୍ଟିଆଙ୍କ ନେତୃତ୍ୱ ଓ ମାର୍ଗଦର୍ଶନ ଦୃଢ଼ ଭୁମିକା ନିଭେଇଛି । ପ୍ୟାରେଡ୍ ପ୍ରଶିକ୍ଷଣରେ ପ୍ରିତମ ବଘାର (ଦିଲ୍ଲୀ ଆର୍ଡି ପ୍ରତିଭାଗୀ ୨୦୨୫) ଓ ଛାତ୍ର ରୋଶନ ବିଶିଙ୍କ ଅବଦାନ ବିଶେଷ ପ୍ରଶଂସାର ଯୋଗ୍ୟ । ଲୋକେଶ ଓ ମାନସୀ ଦୁହେଁ ନିଜ ସଫଳତା ପାଇଁ ନିଜ ମାତାପିତା, ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଜିଲ୍ଲା ପ୍ରୋଗ୍ରାମ ସଂଯୋଜିକା ଡ. ପ୍ରିୟଙ୍କା ଚକ୍ରବର୍ତ୍ତି, ଜିଲ୍ଲା ପ୍ରୋଗ୍ରାମ ଅଫିସର ଡ. ଅଜିତ ଭୋଇ ଏବଂ ସ୍ୱତନ୍ତ୍ର ଭାବରେ ରିଜିଓନାଲ ଡାଇରେକ୍ଟର ଡ. ସରିତା ପଟେଲ ତଥା ସମସ୍ତ ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାବିଦ୍ୟାଳୟ ପରିବାର ପକ୍ଷରୁ ଏହି ଦୁଇ ସ୍ୱୟଂସେବକଙ୍କୁ ଅନେକ ଅଭିନନ୍ଦନ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.