ରାଜସ୍ୱ ଅମଲା ସଂଘ କାର୍ଯ୍ୟକାରିଣୀ ପରିଷଦର ଶପଥ ଗ୍ରହଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜସ୍ୱ ଅମଲା ସଂଘ, ବଲାଙ୍ଗିର ଶାଖା କାର୍ଯ୍ୟକାରିଣୀ ପରିଷଦର ଶପଥ ଗ୍ରହଣ ଉତ୍ସବ ପାଟଣାଗଡ଼ କାହ୍ନା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ସଂଘର ସଭାପତି ଭାବେ ପ୍ରଦ୍ୟୁମ୍ନ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ ରାମନାରାୟଣ ମିଶ୍ର, ସଂପାଦକ ଭାବେ ଚୈତନ୍ୟ ବାଗ, କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର କୁମାର ବାବୁ, ସଂଗଠନ ସଂପାଦକ ଭାବେ ସରୋଜ କୁମାର ବାବୁ, ଅଫିସ ସଂପାଦକ ଭାବେ ସୁଧାକର ମହାପାତ୍ର, ଉପସଭାପତି ଭାବେ ଶ୍ରୀମତୀ ସ୍ୱାଗତିକା ମିଶ୍ର ଓ ଅସିତ କୁମାର ଯୋଷୀ, ଯୁଗ୍ମ ସଂପାଦକ ଭାବେ ଦିଲୀପ କୁମାର ମିଶ୍ର ଓ ପ୍ରସନ୍ନ କୁମାର ମେହେର, ମୁଖ୍ୟ ଉପଦେଷ୍ଟା ଭାବେ ସରୋଜ କୁମାର ନନ୍ଦ, ଉପଦେଷ୍ଟା ଭାବେ ଅନିରୁଦ୍ଧ ବୁଡେ଼କ, ବ୍ରଜବନ୍ଧୁ ଠାକୁର, କିର୍ତ୍ତିଚନ୍ଦ୍ର ମିଶ୍ର ଓ ଟିକେଲାଲ ବେହେରା, ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶରତ ଚନ୍ଦ୍ର ସାହୁ, କୈବର୍ତ୍ତ ସାହୁ, ଅଶୋକ କୁମାର ମିଶ୍ର, ଦେବୀ ପ୍ରସନ୍ନ ଶତପଥୀ, ଗଗନ ଚନ୍ଦ୍ର ସାଏ, ଗୁପ୍ତେଶ୍ୱର ଛୁରା, ବିବେକାନନ୍ଦ ନାଏକ, ଜୟନ୍ତ ବେହେରା, ମୋହନ ମୁଣ୍ଡା, କାମଦେବ ଭୋଇ, ସଂଜୟ କୁମାର ମିଶ୍ର, ରବିନାରାୟଣ ତ୍ରିପାଠୀ, ଯୁଗଳ କିଶୋର ରାଉତ, ରଶ୍ମିତା ନାଗ ଓ ବିନୋଦିନୀ ମିର୍ଦ୍ଧା ଶପଥ ଗ୍ରହଣ କରିଥିଲେ । ସଂଘର ବରିଷ୍ଠ ସଦସ୍ୟ ତ୍ରିନାଥ ସାହୁ ମନୋନୀତ ସମସ୍ତ ସଦସ୍ୟ ସଦସ୍ୟାଭ୍‌କୁ ଶପଥ ପାଠ କରାଇଥିଲେ । ସଂଘର ଅନ୍ୟତମ ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ଗୋପାଳ ଶରଣ ଦାସ, ପର୍ଶୁରାମ ନାଏକ, ମକରଧ୍ୱଜ କାଲସାଏ, ଆଲୋକ କୁମାର ପୁରୋହିତ, ବିନୟ କୁମାର ପୂଜାରୀ, ରମଣେନ୍ଦ୍ର ବୁଡେ଼କ, କିଶୋର ଚନ୍ଦ୍ର ବେହେରା, ପଂଚାନନ ପୁଝାରୀ, ରାଜେନ୍ଦ୍ର କୁମାର ନାଏକ, ଗୋପାଳ ମେହେର, ମଦନ ଗୋପାଲ ପଧାନ, ଭିକାରୀ ଚରଣ ନନ୍ଦ, ରଶ୍ମିରେଖା ବେହେରା, ବିଜୟା ଭାରତୀ, ରୀନା ପାଣିଗ୍ରାହୀ, ମମତା ସାଏ, ସୁମିତା ପଣ୍ଡା, ଲିପିକା ବେହେରା, ସୌଦାମିନୀ ସାହୁ, ସସ୍ମିତା ଦାସ, ଜସ୍ମିନ ମେହେର ପ୍ରମୁଖ ଯୋଗଦାନ କରିଥିଲେ । ସୁଶ୍ରୀ ରଶ୍ମିତା ନାଗ ମଂଚ ପରିଚାଳନା କରିଥିବା ବେଳେ ସରୋଜନ କୁମାର ବାବୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.