centurian jitm

ଘରେ ଶୋଇଥିବା ଅବସ୍ଥାରେ ସାପ କାମୁଡାରେ ସ୍ୱାମୀ ସ୍ତ୍ରୀ ମୃତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଝିଟିକି ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଗତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡାରେ ସ୍ୱାମୀ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଦେଢ ବର୍ଷର ଶିଶୁ ଅଳ୍ପକେ ରକ୍ଷା ପାଇଛି । ଘଟଣାରୁ ପ୍ରକାଶ ଯେ, ଝିଟିକି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁତ୍ର ଶଙ୍କର (୨୬ ବର୍ଷ) ବୋହୂ ଶାନ୍ତି ( ୨୨ ବର୍ଷ) ଓ ଦେଢ ବର୍ଷର ଶିଶୁ ଗତରାତିରେ ଘରେ ଶୋଇଥିଲେ । ରାତି ପ୍ରାୟ ଅଢେଇଟା ସମୟରେ ଏକ ବିଷାକ୍ତ ଚିତି ସାପ ପ୍ରଥମେ ଶାନ୍ତିଙ୍କୁ କାମୁଡିଥିବା ବେଳେ ସେ ପିମ୍ପୁଡ଼ି କାମୁଡି ଥିବ ଭାବି ଶୋଇ ପଡିଥିଲେ । ପରେ ସାପଟି ଶଙ୍କର ପ୍ରଧାନଙ୍କୁ କାମୁଡିଥିଲା ଏହା ଦେଖି ଘର ଲୋକଙ୍କୁ ଜଣାଇବାରୁ ଉଭୟ ପୀଡିତଙ୍କୁ ଉଦ୍ଧାର କରି ପ୍ରଥମେ ଗ୍ରାମରେ ଝଡାଫୁଙ୍କା କରିଥିଲେ ଓ ପରେ ପାଇକମାଲ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ସେମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ମାତ୍ର ନୂଆପଡାରେ ଉଭୟ ପତିପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଦ୍ୱୟର ପୋଷ୍ଟମର୍ଟମ କରାଇଛି । ଏହି ଘଟଣାଟି ଆଖପାଖ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.