ବଲାଙ୍ଗିର, (କେପିଏନ୍ଏସ୍) : ପିଲାଟି ଦିନରୁ ଅଂଧ । ବାପା ମା’ କେହି ନାହାନ୍ତି । ଏତେ ବଡ଼ ସଂସାରରେ ସଂପୂର୍ଣ୍ଣ ଏକା ଶାନ୍ତନୁ ମିର୍ଦ୍ଧା । ବନ୍ଧୁ ସଖା ସହୋଦର କେହି ବୋଲି କେହି ନାହାନ୍ତି । ସାହାରା କେବଳ ଏଇ ଟିଣ ଡବା । ଟିଣ ଡବାରେ ସୁନ୍ଦର ବାଜା ବଜାନ୍ତି ଶାନ୍ତନୁ । ଏହାକୁ ବଜାଇ ଭିକ୍ଷା ମାଗନ୍ତି, ଯିଏ ଯାହା ଦେଲା ତାହା ହିିଁ ତାଙ୍କ ଜୀବନ ଧାରକ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟ ପାଖରେ ତାଙ୍କ ଘର । ଅଥଚ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ସେ ବଂଚିତ । ଗାଁ ଗାଁ ସହର ସହର ବୁଲି ଟିଣ ବାଡେଇ ଭିକ୍ଷା ମାଗନ୍ତି ଶାନ୍ତନୁ । ପିଲା ଦିନରୁ ଆଖିକୁ ଦେଖାଯାଏନି, ଆଶା ବାଡ଼ି ଠକ୍ ଠକ୍ କରି ବାଟ ଚାଲନ୍ତି । କିନ୍ତୁ ଦିବ୍ୟାଙ୍ଗ ଭତ୍ତା ତାଙ୍କ ପାଇଁ ସାତ ସପନ । ତଥାପି ଶାନ୍ତନୁଙ୍କ କାହା ପ୍ରତି ଅଭିଯୋଗ ନାହିିଁ । ବାସ୍ ବିନ୍ଦାସ୍ । ସୁନ୍ଦର ତାଳ ଦେଇ ଟିଣ ଡବାରେ ବାଜା ବଜାନ୍ତି, ଗୀତ ଗାଆନ୍ତି । ଯିଏ ଯାହା ଦେଲା, ସେଥିରେ ଚଳନ୍ତି ।
Next Post