ବଲାଙ୍ଗିର ଜିଲ୍ଲା ପ୍ରସାଶନ ଦ୍ୱାରା ରାସ୍ତା ପାଇଁ ଜବର ଦଖଲ ଉଚ୍ଛେଦ : ଭଙ୍ଗାହେଲା ଶାନ୍ତିପଡାର ଭବାନୀ ହୋଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେଦ୍ର କଲେଜରୁ ଶାନ୍ତିପଡାକୁ ରିଙ୍ଗରୋଡ ତିଆରି ଚାଲିଥିବା ବେଳେ କିଛି ମାସ ପୂର୍ବରୁ ରାସ୍ତାରେ ପଡ଼ୁଥିବା ଜବର୍‌ଦଖଲ୍‌ ବସତି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ତେବେ ଶାନ୍ତିପଡାରୁ ରିଙ୍ଗରୋଡ ଅରମ୍ଭରୁ ଭବାନୀ ହୋଟେଲ ଉଚ୍ଛେଦ ହୋଇ ପାରିନଥିଲା । ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀ ହୋଟେଲ ଓ ତତ୍‌ସଂଲଗ୍ନ ଷ୍ଟଲ୍‌ଗୁଡ଼ିକ ଭଙ୍ଗା ଚାଲିଛି । ତେବେ ଭବାନୀ ହୋଟେଲ ମାଲିକ ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି ଯେ, ବିନା ନୋଟିସ୍‌ରେ ମୋର ହୋଟେଲ ଅନ୍ୟାୟ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗା ଚାଲିଛି । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବିଧି ଅବଲମ୍ବନ କରାଯାଇ ଜବର୍‌ ଦଖଲ୍‌ ଉଚ୍ଛେଦ ହେଉଥିବା କୁହାଯାଇଛି ।

Leave A Reply

Your email address will not be published.