ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ସିଡିପିଓ ଗାୟତ୍ରୀ ବାରିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ, ସୁପରଭାଇଜର କ୍ରିଷ୍ଣାମୟୀ ମେହେରଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୋଲିସ ଷ୍ଟେସନ ସମେତ ନିକଟସ୍ଥ କୁଶଙ୍ଗ, ଝାରମୁଣ୍ଡା ଓ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିକ୍ରମା କରି ୪ ପୃଷ୍ଟା ସମ୍ବଳିତ ପୋଷ୍ୟ ସନ୍ତାନ ଗ୍ରହଣ ଲିଫ୍ଲେଟ ପ୍ରଦାନ ଯାଇଥିଲା । ଏଥି ସହିତ ମାଇକ ଯୋଗେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଯୋଗ୍ୟତା, ଆବେଦନ ପ୍ରଣାଳୀ ତଥା cara.wcd.gov.inରେ ପଞ୍ଜିକରଣ କରିବାକୁ ଗୀତ ମାଧ୍ୟମରେ ପ୍ରଚାର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସାମାଜିକ କର୍ମୀ ପୁଷ୍ପାଞ୍ଜଳି ସୁନା, ଚାଇଲ୍ଡ ହେଲ୍ପ ଲାଇନର କେସ ୱାର୍କର ଶୁଭମ୍ ଜେନା ପ୍ରମୁଖ ଜନସାଧାରଣଙ୍କୁ ସଚେତନ କରିଥିଲେ । ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ଦେବାଶିଷ ପଟେଲ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।