ପିଲାମାନଙ୍କ ମଧ୍ୟରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନରେ ସୁଧାର ଆଣିବା ପାଇଁ ଆଚରଣଗତ ଅନ୍ତର୍ଦୃଷ୍ଟି ବ୍ୟବହାର କରିବୟୁଆଇଡିଏଆଇ

• ଆଚରଣଗତ, ଲଜିଷ୍ଟିକ୍ ଏବଂ ସଚେତନତା-ସମ୍ବନ୍ଧୀୟ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ବିହେବିୟରାଲ ଇନସାଇଟ୍ ଲିମିଟେଡ୍ ସହିତ ସହଭାଗୀତା କଲା ୟୁଆଇଡିଏଆଇ
• ଏମବିୟୁକୁ ପ୍ରୋତ୍ସାହିତ କରିବା ପାଇଁ ଆଚରଣଗତ ହସ୍ତକ୍ଷେପ ଡିଜାଇନ୍ ଏବଂ କାର୍ଯ୍ୟକାରୀ କରାଯିବ

ନୂଆଦିଲ୍ଲୀ, (ପିଆଇବି) : ପିଲାମାନଙ୍କ ପାଇଁ ଆଧାରରେ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମବିୟୁ) ଲାଗି ସମସ୍ତ ଶୁଳ୍କ ଛାଡ଼ କରିବା ପରେଭାରତୀୟ ଅନନ୍ୟ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଏମବିୟୁଗ୍ରହଣକୁ ବୃଦ୍ଧି କରିବା ପାଇଁ ଆଚରଣଗତ ଅନ୍ତର୍ଦୃଷ୍ଟି ବ୍ୟବହାର କରିବ । ଛୋଟ ପିଲା ଏବଂ ଯୁବପିଢ଼ିଙ୍କୁ ସେମାନଙ୍କର ଆଧାରରେ ବାୟୋମେଟ୍ରିକ୍ ସମୟାନୁସାରେ ସଂଶୋଧନ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକ ପାଇବାରେ ସାହାଯ୍ୟ କରିବା ପାଇଁ ୟୁଆଇଡିଏଆଇଗବେଷଣା ପରାମର୍ଶଦାତା ବିହେବିୟରାଲ ଇନସାଇଟ୍ ଲିମିଟେଡ୍ (ବିଆଇଟି) ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ୫ ବର୍ଷ ଏବଂ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଆଧାରରେ ଏମବିୟୁବୃଦ୍ଧି କରିବା ଏବଂ ସମୟାନୁସାରେ ସଂଶୋଧନ ଲାଗି ଆଚରଣଗତ, ଲଜିଷ୍ଟିକ୍ ଏବଂ ସଚେତନତା-ସମ୍ବନ୍ଧୀୟ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏହି ବୁଝାମଣାପତ୍ରର ଲକ୍ଷ୍ୟ। ଏହା ଆଧାର ସହିତ ଜଡିତ ସେବା ଏବଂ ଲାଭଗୁଡ଼ିକୁ ସୁଗମ ଉପଲବ୍ଧତାକୁ ସକ୍ଷମ କରିବ । ଆଧାର ଏମବିୟୁଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଉପଯୁକ୍ତ ଆଚରଣଗତ ହସ୍ତକ୍ଷେପ ଡିଜାଇନ୍, ପରୀକ୍ଷଣ ଏବଂ କାର୍ଯ୍ୟକାରୀ କରାଯିବ । ୟୁଆଇଡିଏଆଇର ସିଇଓ ଭୁବନେଶ କୁମାର ଏବଂ ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ରରେୟୁଆଇଡିଏଆଇର ଉପମହାନିର୍ଦ୍ଦେଶକତନୁଶ୍ରୀ ଦେବବର୍ମା ଏବଂ ବିଆଇଟିର ଗୋଷ୍ଠୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ଗୁରୁମୂର୍ତ୍ତି ସ୍ୱାକ୍ଷର କରିଥିଲେ । ଭୁବନେଶ କୁମାର କହିଛନ୍ତି, ‘‘ଯେତେବେଳେ ପ୍ରଯୁକ୍ତିବିଦ୍ୟା ମାନବ ଆଚରଣ ସହିତ ସମନ୍ୱିତ ହୁଏ, ଡିଜିଟାଲ୍ ପରିଚୟ ସମ୍ପୂର୍ଣ୍ଣ ବୈଷୟିକ ପ୍ରକ୍ରିୟାରେ ଅଧିକ ସୁଗମ, ବିଶ୍ୱସନୀୟ ଏବଂ ସଶକ୍ତୀକରଣ ଅଭିଜ୍ଞତାରେ ପରିଣତ ହୁଏ । ଏହି ବୁଝାମଣାପତ୍ର ମାଧ୍ୟମରେ, ଆମେ ଏହି ପ୍ରଭାବ ହାସଲ କରିବାକୁ ଆଶା କରୁଛୁ ।’’ ବିଆଇଟିର ସିଇଓ ରାଚେଲ୍ କୋୟଲ୍ କହିଛନ୍ତି, ମାନବ ଆଚରଣର ଏକ ନୂତନ ପ୍ରମାଣ-ଆଧାରିତ ବୁଝାମଣା ଆଧାରର ଅପଡେଟ୍ ବୃଦ୍ଧି କରିପାରିବ ଏବଂ ଆଧାର ନମ୍ବର ଧାରକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସେବା ପାଇବାରେ ସାହାଯ୍ୟ କରିପାରିବ । ଆଧାରରେ ପଞ୍ଜିକରଣ ହେବା ପରେ, ଜଣେ ପିଲାକୁ ୫ ବର୍ଷ ବୟସ ହେବା ପରେ ଏବଂ ତା’ପରେ ପୁଣି ୧୫ ବର୍ଷ ବୟସ ହେବା ପରେ ବାୟୋମେଟ୍ରିକ୍ (ଆଙ୍ଗୁଠି ଚିହ୍ନ, ଆଇରିସ୍ ଏବଂ ଫଟୋ) ସଂଶୋଧନ କରିବାକୁ ପଡିବ । ୟୁଆଇଡିଏଆଇସମାଜରେ ଏମବିୟୁର ଗ୍ରହଣୀୟତାରେ ସୁଧାର କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛି । ଏକ ଲୋକାଭିମୁଖୀ ପଦକ୍ଷେପ ସ୍ୱରୂପ, ୟୁଆଇଡିଏଆଇ ୭-୧୫ ବୟସ ବର୍ଗ ପାଇଁ ଏମବିୟୁପାଇଁ ସମସ୍ତ ଶୁଳ୍କ ଛାଡ଼ କରିଛି, ଯାହା ଦ୍ୱାରା ପ୍ରାୟ ୬ କୋଟି ପିଲା ଉପକୃତ ହେବେ ବୋଲି ଆଶା କରାଯାଉଛି । ଉକ୍ତ ବୟସ ବର୍ଗ ପାଇଁ ଏମବିୟୁ ଶୁଳ୍କ ଛାଡ଼ ୧ ଅକ୍ଟୋବର ୨୦୨୫ରୁ ଆରମ୍ଭ ହୋଇସାରିଛି ଏବଂ ଏହା ଗୋଟିଏ ବର୍ଷ ପାଇଁ ବଳବତ୍ତର ରହିବ ।

Leave A Reply

Your email address will not be published.