oom

ସଭାକୁ ଡାକି ଅଧିକାରୀଙ୍କୁ ତାଗିଦ କଲେ ସାଂସଦ ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁର୍ଲୁପାଲି ଗ୍ରାମରେ ସଦସ୍ୟତା ଅଭିଯାନ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅଞ୍ଚଳବାସୀ ବିଭିନ୍ନ ଅଭିଯୋଗ କରିଥିବା ବେଳେ ଯନ୍ତ୍ରୀଙ୍କୁ ସଭାକୁ ଡକାଇ ସରକାର ପରିବର୍ତ୍ତନ ହୋଇଛି ବୋଲି ତାଙ୍କର ବିଶ୍ୱାସ ହୋଉଛି ନା ନାହିଁ ବୋଲି ପଚାରିବା ସହ ଲୋକଙ୍କ ଅଭିଯୋଗ ବିଷୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯନ୍ତ୍ରୀଙ୍କୁ ତାଗିଦ କରିଥିଲେ ସାଂସଦ ପ୍ରଦୀପ ପୁରୋହିତ । ତେବେ ଏସରକାର ଲୋକଙ୍କ ସରକାର ଏବଂ ଲୋକଙ୍କ କମ ପାଇଁ ଶପଥ ନେଇଛି ବୋଲି କହିବା ସହ ଲୋକଙ୍କ ଅଭିଯୋଗକୁ ପ୍ରଥମ ଗୁରୁତ୍ୱ ଦିଆଯିବ ନଚେତ ବିଜୁ ବାବୁଙ୍କ ଭଳି ପୁନଃ ଦୁର୍ନୀତି ଖୋର ଅଧିକାରୀଙ୍କୁ ମାଡ ଆରମ୍ଭ ହେବ ବୋଲି କହିଥିଲେ ସାଂସଦ ପ୍ରଦୀପ ପୁରୋହିତ ।

jittmm
Leave A Reply

Your email address will not be published.