om academy

ମୁଁ ଜନମଙ୍ଗଳ ପାଇଁ କାମ କରେ, ଲୋକ ଦେଖାଣିଆ କାମରେ ମୋର ବିଶ୍ୱାସ ନାହିଁ : ସାଂସଦ ସଙ୍ଗୀତା ସିଂଦେଓ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଇରାଲ ପୋଷ୍ଟ ଉପରେ ଆଜି ନିଜର ପ୍ରତିକ୍ରିୟା ରଖି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ କହିଛନ୍ତି ଯେ, ମୁଁ ଜନମଙ୍ଗଳ ପାଇଁ କାମ କରେ । ଯେଉଁଠି ମୋର ଆବଶ୍ୟକତା ଅନୁଭବ କରେ, ସେଇଠି ପହଞ୍ଚି ସ୍ଥିତି ସୁଧାରିବାକୁ ଚେଷ୍ଟା କରେ । ମୁଁ ଲୋକ ଦେଖାଣିଆ କାମ ଉପରେ ବିଶ୍ୱାସ କରେ ନାହିଁ । ଆବଶ୍ୟକତା ଅନୁସାରେ ମୁଁ ମୋର ସାରା ସଂସଦୀୟ କ୍ଷେତ୍ର ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝି ତାହାର ସମାଧାନ ପାଇଁ କାମ କରିଛି । ନିୟମିତ ଭାବେ ଟେଲିଫୋନ ଯୋଗେ ବଲାଙ୍ଗିର ଓ ସୋନପୁରର ଜିଲ୍ଲାପାଳଙ୍କୁ ସ୍ଥିତି ପଚାରି ବୁଝୁଛି । ଏହାକୁ ମୁଁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିନାହିଁ । ସାମଜିକ ଗଣମାଧ୍ୟମରେ ମୋର କାମର ପ୍ରଚାର ପ୍ରସାର ମୋର ଲକ୍ଷ୍ୟ ନୁହଁ । କିଛି ଲୋକ ଗଣମାଧ୍ୟମରେ ଅଯଥା ପୋଷ୍ଟ କରୁଛନ୍ତି । ସମାଲୋଚନା ସ୍ୱାଗତ ଯୋଗ୍ୟ । କିନ୍ତୁ ଅଯଥା ମୋର ଛବି ବିଗାଡିବାକୁ ଚେଷ୍ଟା ନକରି ସେମାନେ ପ୍ରକୃତ ସମସ୍ୟା ଲୋକଲୋଚନକୁ ଆଣିଲେ, ଏହା ସମାଜ ପ୍ରତି ସହାୟକ ହେବ ବୋଲି ଶ୍ରୀମତୀ ସିଂଦେଓ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଠାରେ ପ୍ରକାଶ ଥାଉକି, କିଛି ଦିନ ତଳେ ବଲାଙ୍ଗିର ସାଂସଦ ନିଖୋଜ ଥିବା ନେଇ ଏକ ପୋଷ୍ଟ ଫେସବୁକରେ ବାଇରାଲ ହୋଇଥିଲ। । ଏହି ପୋଷ୍ଟରେ କରୋନା ଆସିଲା ଦିନଠୂଁ ସାଂସଦ ନିଖୋଜ ଥିବା ଅଭିଯୋଗ କରିବା ସହ ତାଙ୍କ ପତ୍ତା ମିଳିଲେ ଯୋଗାଯୋଗ କରିବା ପାଇଁ କୁହାଯାଇଥିଲା । ଏହି ପୋଷ୍ଟରେ ବିଭିନ୍ନ ଲୋକ ନିଜର ମତାମତ ରଖିବା ସହ କରୋନା କାଳରେ ଶ୍ରୀମତି ସିଂଦେଓଙ୍କ ଅନୁପସ୍ଥିତିକୁ ନେଇ ସମାଲୋଚନା କରିଥିଲେ । ତେବେ ଏହି ପୋଷ୍ଟ ଭାଇରାଲ ହେବା ପରେ ଜିଲ୍ଲା ବିଜେପି ମାହୋଲରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରେ ପରେ ସାଂସଦ ସଦଳ ବଳ ଗତ କାଲି ଜିଲ୍ଲା କରୋନା ସ୍ଥିତି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ଚିନ୍ତାଜନକ ତଥ୍ୟ ଗଣମାଧ୍ୟମ ନଜରକୁ ଆଣିଥିଲେ । ଆଜି ସକାଳୁ ମେଡିକାଲ କଲେଜ ପହଞ୍ଚି ବ୍ୟବସ୍ଥାର ତଦାରଖ କରିଛନ୍ତି । ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବା ପରେ ସାଂସଦଙ୍କ ଆଖି ଖୋଲିଥିବା ବେଳେ ଏବେ ସେ ଘନ ଘନ ସମୀକ୍ଷା ଆରମ୍ଭ କରିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୋର୍ଟକୁ ବଲ୍‌ ଫିଙ୍ଗି ନିଜେ ସଫା ହେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.