ଶାସ୍ତ୍ରୀ ନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ, ରୋଗୀ କଲ୍ୟାଣ ସମିତି ସଭ୍ୟ ଶଙ୍କର୍ଷଣ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ ଆରୋଗ୍ୟ ସମିତି (ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର) ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଶାସ୍ତ୍ରୀ ନଗର ସଭ୍ୟ ଶଙ୍କର୍ଷଣ ମିଶ୍ର ଆଉ ଆମ ଗହଣରେ ନାହାନ୍ତି । ଆଜି ଭୋର ସକାଳ ୪ ଘଣ୍ଟା ସମୟରେ ସେ ତାଙ୍କ ନିଜ ବାସଭବନ ଶାସ୍ତ୍ରୀ ନଗର ଠାରେ ୭୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ଶଙ୍କର୍ଷଣ ମିଶ୍ର ଜଣେ ଧର୍ମ ପାରାୟଣ ଓ ବଲାଙ୍ଗିର ଜିଲ୍ଲା ବକ୍ସିଉଡାର ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଥିଲେ । ତାଙ୍କ ଶିକ୍ଷକ ଜୀବନରୁ ସେ ଅବ୍ୟାହତି ନେବା ପରେ ଶାସ୍ତ୍ରୀ ନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ପାଇଁ ଗଠିତ ରୋଗୀ କଲ୍ୟାଣ ସମିତି ସଭ୍ୟ ଆକାରେ ଦୀର୍ଘ ୮ ବର୍ଷ ଜଣେ ସକ୍ରିୟ ସ୍ୱାସ୍ଥ୍ୟ ଉପଦେଷ୍ଟା ଆକାରେ ସ୍ୱାସ୍ଥ୍ୟ ସଂଗଠନ ପାଇଁ ସହଯୋଗ କରି ଆସୁଥିଲେ । ସ୍ୱର୍ଗତ ଶଙ୍କର୍ଷଣ ମିଶ୍ର ଜଣେ ମିଷ୍ଠଭାଷି ବ୍ୟକ୍ତିତ୍ୱ ଥିଲେ ବଲାଙ୍ଗିର ସହରରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ଗହଣରେ ଭାଗବତ ପାରାୟଣ, ଭଜନ ସଙ୍ଗତି ପାଇଁ ସହରର ଅନେକ ବ୍ୟକ୍ତି ବିଶେଷ ତାଙ୍କୁ ଆଦରି ନେଉଥିଲେ । ଅତୀତ ସମୟରେ ପ୍ରଚଳିତ ଭାଗବତ ଟୁଙ୍ଗିକୁ ପୁନଃଉଦ୍ଧାର ପାଇଁ ତାଙ୍କ ଉଦ୍ୟମ ଖୁବ ପ୍ରଶଂସନୀୟ ଥିଲା । ତାଙ୍କ ପ୍ରଚେଷ୍ଟା କ୍ରମେ ଭିନ୍ନ ଭିନ୍ନ ଧାର୍ମିକ ଅନୁଷ୍ଠାନ ମାନ ଭାଗବତ ପ୍ରଚାର କମିଟି ତିଆରି କରି ଭାଗବତ ସଙ୍ଗତି ସ୍ଥାପନ କରିବା ପାଇଁ ଉଦ୍ୟମ କରି ଆସୁଥିଲେ । ତାଙ୍କ ଅନୁପସ୍ଥିତରେ ଆଜି ବଲାଙ୍ଗିର, ସମଗ୍ର ଶାସ୍ତ୍ରୀ ନଗର ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ଶଙ୍କର୍ଷଣ ମିଶ୍ରଙ୍କ ମୃତ୍ୟୁ ସମୟରେ ତାଙ୍କ ପୁଅ ରାମ, ଲଖ୍ମଣ, ତାଙ୍କ ବହୁ, ନାତି, ନାତୁଣୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!