ସ୍ୱତନ୍ତ୍ର କାର୍ଯ୍ୟରତ ସହ-ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା

ବଲାଙ୍ଗିର, (କେପିଏନଏସ୍‌) : ହିରାପୁର – ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆର୍ଥିକ ସେବା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ଆୟୋଜିତ ଏହି ଶିବିରରେ ରମାକାନ୍ତ ବିଶ୍ୱାଳ, ସରପଞ୍ଚ ହିରାପୁର, ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବିଜୟ କୁମାର ଶତପଥି, ସ୍ୱତନ୍ତ୍ର କାର୍ଯ୍ୟରତ ସହ-ନିର୍ଦ୍ଦେଶକ ,ସଞ୍ଚୟ ଓ ଆର୍ଥିକ ସେବା, ବଲାଙ୍ଗିର ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ । ମହେଶ୍ୱର ସେନାପତି, ମୁଖ୍ୟ ଡାକଘରର ବାଣିଜ୍ୟ ଅଧିକାରୀ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଭାରପ୍ରାପ୍ତ ଅଧିକାରୀ ବିଶାଳ ଗୁପ୍ତା, ବରିଷ୍ଠ ଅଭିକର୍ତ୍ତା ଦୁର୍ଗା ଚରଣ ପଟ୍ଟନାୟକ, ପାର୍ବତୀ ସାହୁ, ଗୌରୀ ଶଙ୍କର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆୟୋଜିତ ଶିବିରରେ ମଞ୍ଚାସୀନ ଅଧିକାରୀ ବୃନ୍ଦ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ସୁରକ୍ଷିତ ସଞ୍ଚୟର ଆବଶ୍ୟକତା, ବିଭିନ୍ନ ସୁରକ୍ଷିତ ସଞ୍ଚୟ /ବୀମା ଯୋଜନା, ଆର୍ଥିକ ଠକାମି, ଆର୍ଥିକ ସାଇବର ଠକାମି ଓ ଡିଜିଟାଲ ନେଣଦେଣ ଉପରେ ଆଲୋକପାତ କରି ସୁରକ୍ଷିତ ଭବିଷ୍ୟତ ପାଇଁ ସୁରକ୍ଷିତ ସଞ୍ଚୟ କରିବା ପାଇଁ ଶ୍ରୋତା ମଣ୍ଡଳୀଙ୍କୁ ପ୍ରବର୍ତ୍ତାଇଥିଲେ । ଶିବିରରେ ଉପସ୍ଥିତ ସଦ୍ୟସମାନେ ନିଜର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ମତ ଦେଇଥିଲେ ।

Leave A Reply

Your email address will not be published.