ଆସୁଛି ନୂଆ ଚଳଚ୍ଚିତ୍ର ସଂଘର୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏ କେ ଫିଲ୍ମସ୍‌ ବଲାଙ୍ଗିର ବ୍ୟାନରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ସଂଘର୍ଷର ସଟିଂ ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଯାଇଛି । ଏହି ଚଳଚ୍ଚିତ୍ରର କାହାଣୀ,ଚିତ୍ରନାଟ୍ୟ ସହିତ ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶତ୍ରୁ ଫ୍ରେମ ଅଶୋକ ମିଶ୍ର । ସହ ନିର୍ଦ୍ଦେଶନାରେ ଅଛନ୍ତି କେମନ୍ତ ସାହୁ । ଶତ୍ରୁ ଚଳଚ୍ଚିତ୍ର ଦୁଇ ଦୁଇଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଉଚ୍ଚ ପ୍ରଶଂସିତ ହୋଇଥିଲା । ସଂଘର୍ଷର କାହାଣୀ ବିସ୍ଥାପନ ଉପରେ ଗତଶୀଳ ହୋଇଥିଲାବେଳେ ଡ.ରଜନୀ ରଞ୍ଜନ ଓ ରତନ ପୂଜାରୀଙ୍କ ଗୀତ ଗୁଡିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନନ୍ତି ଯଜ୍ଞ ଦାଶ । ସଂଳାପ ଡ. ରଜନୀ ରଞ୍ଜନ ଏଠାରେ ମନେ ପକାଇଦେବାକୁ ଚାହୁଁ ଯେ ୧୯୯୦-୯୧ ମସିହାରେ ଏଇ ସଂଘର୍ଷ ନାମରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା ଯେଉଁ ଚଳଚ୍ଚିତ୍ରରୁ ଜଣେ ଗୀତିକାର ଭାବରେ ଡ. ରଜନୀ ରଞ୍ଜନଙ୍କର ଓଲିଉଡରେ ଏଟ୍ରିଂ ହୋଇଥିଲା ।

Leave A Reply

Your email address will not be published.