oom

ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଖଟିଖିଆ ସଂଘ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଖଟିଖିଆ ସଂଘ ତରଫରୁ ଗତ ୨୩ ତାରିଖରୁ ଝାରବନ୍ଧ ବ୍ଲକ ସାମ୍‌ନାରେ ଦୀର୍ଘ ୧୭ ଦିନ ଧରି ଆନ୍ଦୋଳନ ଚାଲୁଥିଲା । ପେକ୍ସରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି, ଆବାସ ଯୋଜନା ବିନା ଘର କରି ପଇସା ଉଠାଇବା, ମନରେଗା ଯୋଜନାରେ ଯିଏ କାମ କରି ନାହାନ୍ତି ତାଙ୍କ ନାଁରେ ପଇସା ପକାଇ ଟଙ୍କା ଉଠାଇବା, ଜଳଛାୟା, ଛେଳି, ଗାଈ କିଣିବା ପାଇଁ ସରକାରଙ୍କ ସହାୟତାକୁ ଅଧିକାରୀମାନେ ହଡ଼ପ କରିବାର ଅଭିଯୋଗ, ଗାଁମାନଙ୍କରେ ମୁଡ଼ା ତିଆରି କରିଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ହଡ଼ପ କରିଥିବା ଅଭିଯୋଗ କରି ଆନ୍ଦୋଳନରେ ବସିଥିଲେ ଖଟିଖିଆ ସଂଘ । ଆନ୍ଦୋଳନ ସ୍ଥଳକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆସି ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ତା’ ପରେ ଖଟିଖିଆ ସଂଘକୁ ପ୍ରଶାସନ ତରଫରୁ ଲିଖିତ ପ୍ରତିଶୃତି ଦେଲେ ଝାରବନ୍ଧ ବିଡିଓ ସୁନୀଲ ମେହେର, ଏବିଡିଓ ଭୀଷ୍ମଦେବ ମାଝୀ । ୧୫ ଦିନ ଭିତରେ ସବୁ ଅଭିଯୋଗ ଗୁଡିକର ସଂପୂର୍ଣ୍ଣ ତଦନ୍ତ କରାଯିବ ଓ ଦୋଷୀମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଲା ପରେ ଆସନ୍ତା ୧୫ ଦିନ ଭିତରେ ଯଦି ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତାହାଲେ ୧୫ ଦିନ ପରେ ହଜାର ହାଜର ଲୋକଙ୍କ ସହିତ ପୁଣି ବ୍ଲକ ଘେରାଉ ଓ ଅଫିସକୁ ତାଲା ଦିଆଯିବ ବୋଲି ସଂଘ ସଭାପତି ଭୋଜରାଜ ବାଗ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.