ଲୋକ ଉନ୍ନତି ସଂଗଠନ ତରଫରୁ ପଡ଼ିଆରୁ ବଢିଆ ମେଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶାର ସଦସ୍ୟ ସଂଗଠନ ଲୋକ ଉନ୍ନତି ସଂଗଠନ, ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକର ବରପଦର ଗ୍ରାମପଞ୍ଚାୟତର କୁତୁମୁଣ୍ଡା ଗ୍ରାମରେ ପଡିଆରୁ ବଢିଆ ମେଳା ଆୟୋଜିତ କରାଯାଇଛି । ପଡିଆରୁ ବଢିଆ ଅଭିଯାନର କି ମେସେଜ୍‌ ଥିଲା ୧୦୦୦ ଟଙ୍କା ଲଗାଅ ଏବଂ ୧୦୦୦୦ ଟଙ୍କା ପାଅ । ଯଦ୍ୱାରା ମହିଳା ଚାଷୀମାନେ ସ୍ୱାବଲମ୍ବୀ ହୋଇ ପାରିବା ସହ ପୁଷ୍ଟିକର ଖାଦ୍ୟ ପାଇପାରିବେ । ଏହି ମେଳାର ମୁଖ୍ୟ ଲକ୍ଷ୍ୟ ହେଉଛି ବିଶେଷ କରି ଦ୍ୱିତୀୟ ଫସଲ ଚାଷର ପ୍ରୋତ୍ସାହନ ମାଧ୍ୟମରେ ମହିଳା ଚାଷୀ ମାନଙ୍କୁ ସଶକ୍ତିକରଣ ଏବଂ ଓଡିଶାରେ କୃଷି ପ୍ରଣାଳୀକୁ ବୃଦ୍ଧି କରିବା । କେଉଁ ଭଳି ଭାବରେ ଚାଷୀମାନେ ଦ୍ୱିତୀୟ ଫସଲ ଚାଷ କରିବେ ତାହାର ରଣନୀତି ଉପରେ ଆଲୋଚନା କରିବା । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ କୃଷକ ନୀତି ପ୍ରଣୟନକାରୀ, କୃଷି ବିଶେଷଜ୍ଞ ଏବଂ ଅନୁଷ୍ଠାନିକ ହିତାଧିକାରୀମାନଙ୍କୁ ଏକତ୍ର କରି ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବା । ଯେଉଁଥିରେ ଚାଷୀମାନେ ଫସଲ ଚୟନ, ବିହନ ବ୍ୟାଙ୍କ ଏବଂ ରବି ଫସଲ ନିମନ୍ତେ ସରକାରୀ ବଜେଟ୍ ଭଳି ବିଭିନ୍ନ ବିଷୟ ଉପରେ ସଚେତନତା ପାଇଥିଲେ । ଦ୍ୱିତୀୟ ଫସଲ ଚାଷ ପାଇଁ ବ୍ରାଉନ୍ ଟୁ ଗ୍ରୀନ୍ (ପଡିଆରୁ ବଢିଆ) ଅଭିଯାନ ପଦକ୍ଷେପ, ଓଡିଶାର ୧୭ ଗୋଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ଅଭ୍ୟାସକୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଡାଲି ଜାତୀୟ ଓ ତୈଳବୀଜ ବିହନ ଉପରେ ଧ୍ୟାନ ଦେଇ ଦ୍ୱିତୀୟ ଫସଲ ଚାଷ ପାଇଁ ଜମି ପ୍ରସ୍ତୁତ କରିବାରେ ଚାଷିମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବା ସରକାରଙ୍କ ତରଫରୁ ରବି ଫସଲ ନିମନ୍ତେ ବଜେଟ୍ ଆବଣ୍ଟନ ବୃଦ୍ଧି, ଦ୍ୱିତୀୟ ଫସଲ କ୍ଷେତ୍ରର ସମ୍ପ୍ରସାରଣକୁ ବୃଦ୍ଧି କରିବା ଏବଂ କୃଷକମାନଙ୍କୁ ଠିକ୍ ସମୟରେ ବିହନ ବିତରଣକୁ ନିଶ୍ଚିତ କରିବା । ଅଧିକ ଅମଳ ଏବଂ ଦୀର୍ଘସ୍ଥାୟୀ ସ୍ଥିରତା ନିଶ୍ଚିତ କରିବାକୁ କୃଷକମାନଙ୍କୁ ନିଜ ନିଜ କୃଷି କ୍ଷେତ୍ର ପାଇଁ ଉପଯୁକ୍ତ ଫସଲ ବାଛିବାରେ ସାହାଯ୍ୟ କରିବା । ବିହନ ବିନିମୟ ପଦକ୍ଷେପକୁ ଉତ୍ସାହିତ କରିବା ଯାହା କୃଷକମାନଙ୍କୁ ଫସଲର ବିବିଧତା ବୃଦ୍ଧି କରିବାରେ ଏବଂ ଉନ୍ନତ ମାନର ବିହନ ପାଇବାରେ ସାହାଯ୍ୟ କରିବ । କୃଷି ଅଧିକାରୀ କବିତା ସିଂ ରବି ଫସଲ କରିବା ଦ୍ୱାରା ସେମାନେ ଯେପରି ସ୍ୱାବଲମ୍ବୀ ହୋଇ ପାରିବେ ସେଥିପାଇଁ ମହିଳା ଚାଷିମାନଙ୍କୁ ଉତ୍ସାହିତ କରିଥିଲେ । ଏବଂ ସମସ୍ତ ଚାଷୀ ମାନଙ୍କୁ କୃଷକ ଓଡିଶା ପୋର୍ଟାଲ୍‌ରେ ପଞ୍ଜୀକରଣ କରିବା, ଫାର୍ମର ଆଇଡି କରିବା ନିମନ୍ତେ କହିଥିଲେ ଯଦ୍ୱାରା ସେମାନେ ସରକାରଙ୍କ ଯୋଜନା ଯେପରି ସିଏମ୍‌ କିଷାନ, ପିଏମ୍‌ କିଷାନ ଏପରି ବିଭିନ୍ନ ଯୋଜନାରେ ସାମିଲ ହୋଇ ପାରିବେ ଏହି ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ୱାର୍ଡ ମେମ୍ବର ମାନେ ଓ ଅଙ୍ଗନୱାଡ଼ି କର୍ମୀ ମାନେ, ସାମ୍ବାଦିକ ଅର୍ଜୁନ କୁମ୍ଭାର, ଲୋକ ଉନ୍ନତି ସଂଗଠନର କର୍ମୀ, ଉର୍ମୀ ଲିଡର ଓ ସମସ୍ତ ମହିଳା ଚାଷିମାନେ ବହୁ ସଂଖ୍ୟାରେ ଯୋଗଦାନ କରି ପଡିଆରୁ ବଢ଼ିଆ ମେଳାକୁ ସମର୍ଥନ କରି ସାହାଯ୍ୟ ସହଯୋଗ କରିଥିଲେ ଓ ସେମାନେ ସରକାରଙ୍କ ଠାରୁ ବିହନ ପାଆନ୍ତୁ ବା ନପାଆନ୍ତୁ ସେମାନେ ରବି ଫସଲ ଚାଷ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.