ବନଦୁର୍ଗା ମହୋତ୍ସବର ଚତୁର୍ଥ ସନ୍ଧ୍ୟା

  • କଳା ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିଛନ୍ତି ବିସ୍ଥାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଭାବରେ ପରିଚିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ଏହି ଡ୍ୟାମର ନିକଟ ପଡିଆରେ ବନଦୁର୍ଗା ମହୋତ୍ସବ କମିଟିର ଉଦ୍ୟମରେ ଦ୍ୱିତୀୟ ବର୍ଷ ବନଦୁର୍ଗା ମହୋତ୍ସବ ଆୟୋଜନ କରାଯାଇଛି । ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହାୟତାରେ ସାଂସ୍କୃତିକ ଦଳ ଯୋଗ ଦେଇଛନ୍ତି । ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜିଲ୍ଲା କୃଷକ ସଂଘ ସଭାପତି ଜତି ପଧାନ, ମୁଖ୍ୟବକ୍ତା ଲକ୍ଷ୍ମଣ ମେହେର, ପୂର୍ବତନ ଅଧ୍ୟକ୍ଷ, ସଂଗଠକ ସୌମେନ୍ଦ୍ର ପରିଚ୍ଛା କୋଶଲବାଦୀ ନେତା କୌସ୍ତୁଭ ସାହୁ, ସଭାପତି ସଂଜୟ ଗଡତ୍ୟା ପ୍ରମୁଖ ମଂଚାସୀନ ଥିଲେ । ବିସ୍ଥାପିତ ନରସିଂହ ପଧାନ ଏବଂ ଅତିଥି କଳାକାର ସଙ୍ଗୀତା ଦାସ ଓ ସ୍ୱରୁପା ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ରୁମକୁ ଝୁମାନା, ସୁବର୍ଣ୍ଣପୁର ସଙ୍ଗୀତ ସାଧକ ଶାଶ୍ୱତ ତ୍ରିପାଠୀ ଓ ସାଥୀ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଦେବର୍ଣ୍ଣାର ସଂକୀର୍ତ୍ତନ ମଣ୍ଡଳୀ, ରଙ୍ଗିଳା ମହାରାଜଙ୍କ କଂସ ଦରବାର ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମକୁ ଜୟକୃଷ୍ଣ ମିଶ୍ର, କୈଳାଶ ଚନ୍ଦ୍ର ସିଂହଦେଓ, ବିକାଶ ରଞ୍ଜନ ରଥ, ନରେନ୍ଦ୍ର ବିଶି, ବ୍ୟାସଦେବ ବନଛୋର, ପ୍ରମୋଦ ପଟେଲ, ଲମ୍ବୋଦର ପଟେଲ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.