centurian jitm

ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟା

nschool
  • ବିସ୍ଥାପିତଙ୍କ ମୌଳିକ ଅଧିକାର ଯୋଗାଇ ଦିଆଯାଉ – ପ୍ରଫୁଲ୍ଲ ସାମନ୍ତରାୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁକତେଲ ଡେମ୍‌ ପାଦ ଦେଶରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସଂଜୟ ଗଡତ୍ୟା ସଭାପତିତ୍ୱରେ ଓ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ପ୍ରଫୁଲ୍ଲ ସାମନ୍ତରାୟ ଯୋଗଦେଇ ଏ ଅଂଚଳର ଅତୀତରେ ପ୍ରାକୃତିକ ପରିବେଶ ନଦୀ, ନାଳ, ବଣ, ଜଙ୍ଗଲ ଏବଂ କୃଷିଜାତ ପଦାର୍ଥରେ ସମୃଦ୍ଧ ଥିଲା ଏ ଅଂଚଳ । ତେଣୁ ଏ ଅଂଚଳର ଲୋକ ଏ ଭିଟାମାଟି ଛାଡି ଅନ୍ୟତ୍ର ଯିବାକୁ ପସନ୍ଦ କରୁନଥିଲେ । ସେଥି ପାଇଁ ସେମାନେ ଦିର୍ଘ ବର୍ଷ ଧରି ଆନ୍ଦୋଳନ କରୁଥିଲେ । ବର୍ତ୍ତମାନ ସମୟ ଆସିଛିି ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ସମବେଦନା ନ ଜଣାଇ ତାଙ୍କର ମୌଳିକ ଅଧିକାର ସମ୍ବିଧାନର ଆଇନ ଅନୁଯାୟୀ ସରକାର ଦେବାକୁ ବାଧ୍ୟ କିନ୍ତୁ ଆଜି ବିସ୍ଥାପିତ ବଂଚିତ ହୋଇଛନ୍ତି । ସମ୍ମାନିତ ଅତିଥି ଚାଷୀ ନେତା ସରୋଜ କୁମାର ମହାନ୍ତିଙ୍କ ବକ୍ତବ୍ୟରେ ଡେମ୍‌ର ପାଣି ଚାଷୀଙ୍କ ପାଇଁ ହେଉ ନଚେତ ନଦୀକୁ ମରିବାକୁ ଦିଆନଯାଉ । ଚାଷୀ ତଥା ଲୋକେ ଏ ପ୍ରକଳ୍ପର ପାଣି ବ୍ୟବହାର ଉପଯୋଗୀ ହେଲେ ସ୍ୱାଗତ ଯୋଗ୍ୟ । ଅନ୍ୟତମ ସମ୍ମାନିତ ଅତିଥି ତ୍ରିଲୋଚନ ପୁଞ୍ଜି ଲୋୟର ସୁକତେଲ ପ୍ରକଳ୍ପର ସରକାରୀ ମଂଜୁରୀଠୁ ଆଜି ପର୍ଯ୍ୟନ୍ତ ଘଟିଯାଇଥିବା ଅନେକ ବିଷୟବସ୍ତୁ ଉପରେ ତଥ୍ୟ ଉପସ୍ଥାପନ କରିଥିବା ସଙ୍ଗେ ସଙ୍ଗେ ମାଁ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା ଦିନର କଥା ତାଙ୍କ ପାଖରେ ଥିବା ୨୯ ଖଣ୍ଡ ଗାଁର ଲୋକଙ୍କ ସମର୍ଥନ କଥା ଜଣାଇଥିଲେ । ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥ ସବୁବେଳେ ସବୁ ସମୟରେ ନ୍ୟାୟିକ ବ୍ୟବସ୍ଥାରେ ବିସ୍ଥାପିତଙ୍କୁ ସମର୍ଥନ ଓ ସେବା ଯୋଗାଇ ଦେବୁ ବୋଲି ଘୋଷଣା କରିଥିଲେ । ସମାଜସେବୀ ତଥା ବିସ୍ଥାପିତ ସତ୍ୟ ବନଛୋର କିଭଳି ଭାବେ ଏ ପ୍ରକଳ୍ପରେ ଲମ୍ବା ସମୟ ଧରି ମାନସିକ, ଶାରିରୀକ ଅଶାନ୍ତିରେ ଦିନ କାଟିବା ଏବଂ ବିସ୍ଥାପିତ ପରେ ଭୋଗୁଥିବା ସମସ୍ୟା ଉପରେ ତଥ୍ୟ ରଖିଥିଲେ । ଏହି ମଂଚରେ ସଂଗ୍ରାମ ପରିଷଦର ସଭାପତି ଘୁନୁ ସାହୁ ଏବଂ ଆବାହକ ଉଦୟ ସିଂ ଠାକୁରଙ୍କୁ ସଂଗ୍ରାମୀ ସମ୍ମାନ ପ୍ରଦାନ କରାଯାଇଥିଲା । ବିକାଶ ରଂଜନ ରଥ ସଭା ସଂଯୋଜନା କରିଥିବା ବେଳେ ସଂପାଦକ ଜୟକୃଷ୍ଣ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡିଶା ସରକାରଙ୍କ ସହାୟତାରେ ଓ ଶିଦ୍ଧାଶ୍ରମ ସେବା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.