ପ୍ରଧାନ ଶିକ୍ଷୟିତ୍ରୀ ଆଦ୍ରାମଣୀ ଜେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (କେପିଏନଏସ) : ଶିକ୍ଷୟିତ୍ରୀଙ୍କ ଅବସର ପରେ ମଧ୍ୟ ତାଙ୍କର ଜ୍ଞାନଦୀପ ବିଶ୍ୱ ବାତାୟନରେ କେବେ ଅସ୍ତମିତ ହୁଏନାହିଁ ବୋଲି ଆଜି ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖରିଦପିପଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଦ୍ରାମଣୀ ଜେନାଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୁରଲୀମୋହନ ପଟ୍ଟନାୟକ ଯୋଗଦେବାସହ ବାରବାଟିଆ ବିଦ୍ୟାଧର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାର୍କଣ୍ଡ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରୋଟାରିଆନ ଡଃ ଶିବନାରାୟଣ ପାତ୍ର ମଞ୍ଚ ଆହ୍ୱାନ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ପବନକୁମାର ବେହେରା, ବିଶିଷ୍ଟ ଅତିଥିଭାବେ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରଦୀପ କୁମାର ଟୁଡୁ,ସମ୍ମାନିତ ଅତିଥିଭାବେ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ହୃଦୟ ରଞ୍ଜନ ଗଙ୍ଗେଇ, ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ କୁମାର ବେହାରା, ପ୍ରାକ୍ତନ ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ସମାଜସେବୀ ଭାସ୍କର ଚନ୍ଦ୍ର ଦାସ, ଅବସରପ୍ରାପ୍ତ ଶିକ୍ଷକ ସୁବଳ କୁମାର ଜେନା, ଖରିଦପିପଳ ଗ୍ରାମ ସଭାପତି ଶ୍ୟାମସୁନ୍ଦର ସିଂ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହ ଅବସର ପରେ ଶ୍ରୀମତୀ ଜେନାଙ୍କ ଦୀର୍ଘାୟୁ କାମନା କରିଥିଲେ । ଶ୍ରୀମତୀ ଜେନା ପ୍ରଥମେ ନେତୁଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିବା ସହିତ ପର୍ଯ୍ୟାୟ କ୍ରମରେ ନୟାପାଲି ପ୍ରାଥମିକ ବିଦ୍ୟାଳୟ, ହରିଜନ ସାହି ପ୍ରାଥମିକ ବିଦ୍ୟାଳୟ, ଡେଉଁର ପ୍ରାଥମିକ ବିଦ୍ୟାଳୟ, ଉଲୁଡ଼ା ପ୍ରାଥମିକ ବିଦ୍ୟାଳୟ ପରେ ଖରିଦପିପଳ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ତୁଲାଇ ଉକ୍ତ ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି । ଏଥିସହିତ ଏହି ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହେଇଯାଇଥିବା ଶିକ୍ଷକ ସୂର୍ଯ୍ୟକାନ୍ତ ଚନ୍ଦଙ୍କୁ ସଭାରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର କୁମାର ଜେନା, ସମାଜସେବୀ ସୂର୍ଯ୍ୟକାନ୍ତ ଜେନା, କାହ୍ନୁ ଚରଣ ଜେନା, ସଞ୍ଜିବ କୁମାର ସିଂ, ସଞ୍ଜିବ କୁମାର ଜେନା, ଚକ୍ରଧର ଜେନାଙ୍କ ସହିତ ସମସ୍ତ ସଭ୍ୟସଭ୍ୟା, ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ, ଗ୍ରାମବାସୀମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.