ଝାଙ୍କରପାଲିରେ ୨୨ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଝାଙ୍କରପାଲି ଗ୍ରାମ‌ ଠାରେ ୨୨ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ ହୋଇଛି । ଚଳିତବର୍ଷ ୧୦୮ଟି କଳସ ସ୍ଥାପନ କରାଯାଇଥିଲା ଯାହା ୧୬ ତାରିଖ ମଣ୍ଡପ କଳସ ସ୍ଥାପନ କରି ୨୦ ତାରିଖରେ ବିସର୍ଜନ କରାଯାଇଛି । ପ୍ରତିଦିନ ଦିନବେଳା ସୁନ୍ଦରକାଣ୍ଡ ପାରାୟଣ ହେଉଥିବା ବେଳେ ରାତି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ‌ ରୂପେ ଦାଶକାଠିଆ ପାଳା, ରାମଲୀଳା ନାଟକ, ଦଣ୍ଡନୃତ୍ୟ, ବୈଠକୀ କିର୍ତ୍ତନ୍ୟ ଅନୁଷ୍ଠିତ ହୋଇ‌ଯାଇଛି । ପ୍ରତିଦିନ ଦିନବେଳା ସମସ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଚଳିତବର୍ଷ ପୁରୌହିତ ଜ୍ୟୋତିଷ ପ୍ରମୋଦ କୁମାର ମିଶ୍ରଙ୍କ ଓ ଜ୍ୟୋତିଷ ସାନନ୍ଦ ହୋତା ସମସ୍ତ ପୂଜାକାର୍ଯ୍ୟ କରିଥିଲେ ଏବଂ ସୂର୍ଯ୍ୟ ଭୋଇ ସପତ୍ନୀଙ୍କ ସହ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ଝାଙ୍କରପାଲି ଗ୍ରାମର ସମସ୍ତ ଗ୍ରାମବାସୀ ଓ ଗଜଲକ୍ଷ୍ମୀ ପୂଜା କମିଟି ସମସ୍ତ କାର୍ଯ୍ୟ ତୁଲେଇଥିଲେ । ପ୍ରତିବର୍ଷ ଗଜଲକ୍ଷ୍ମୀ ପୁଜା ପାଇଁ ଆଖପାଖ ଗ୍ରାମରୁ ଶତାଧିକ ଲୋକ ଦର୍ଶନ ପାଇଁ ଆସିଥାନ୍ତି ଏହି ପଞ୍ଚଦିନ‌ ଗ୍ରାମ ଉତ୍ସବମୁଖର ହୋଇଉଠେ ।

Leave A Reply

Your email address will not be published.