om academy

ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ୨ ଘଣ୍ଟା ଧରି ଲିଫ୍ଟରେ ଫସିରହିଲେ ରୋଗୀଙ୍କ ସଂପର୍କୀୟ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ୨ ଘଣ୍ଟା ଧରି ଲିଫ୍ଟ ଭିତରେ ଫସିରହିଲେ ରୋଗୀଙ୍କ ସଂପର୍କୀୟ । ୭ ମହଲା ବିଶିଷ୍ଟ ଏମ୍‌ସିଏଚ୍‌ କୋଠାରେ ଦୁଇଟି ଲିଫ୍ଟ ଲାଗିଛି । ଲିଫ୍ଟ ନମ୍ୱର ୱାନରେ ଗତକାଲି ୪ ଜଣ ରୋଗୀ ସଂପର୍କୀୟ ଗ୍ରାଉଣ୍ଡ ଫ୍ଲୋରରୁ ୫ ନମ୍ୱର ଫ୍ଲୋରକୁ ଆସୁଥିବା ବେଳେ ହଠାତ୍‌ ଚାରି ନମ୍ୱର ଫ୍ଲୋରରେ ଅଚଳ ହୋଇଗଲା ଲିଫ୍ଟ । ଶତ ଚେଷ୍ଟା ପରେ ମଧ୍ୟ ଲିଫ୍ଟ ନ ଖୋଲିବାରୁ ଭିତରେ ଫସିରହିଥିବା ରୋଗୀଙ୍କ ସଂପର୍କୀୟମାନେ ହସପିଟାଲ କତ୍ତୃପକ୍ଷଙ୍କୁ ଫୋନ ଯୋଗେ ବାରମ୍ୱାର ଯୋଗାଯୋଗ କରିଥିଲେ । କିନ୍ତୁ କେହି କୌଣସି ପଦକ୍ଷେପ ନେଲେ ନାହିଁ । ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ହସପିଟାଲ କତ୍ତୃପକ୍ଷ ଆସି ଲିଫ୍ଟକୁ ଖୋଲିଥିଲେ । ଦୁଇଘଣ୍ଟା ଧରି ଅଣନିଶ୍ୱାସୀ ହୋଇ ବାହାରକୁ ବାହରିଲେ ରୋଗୀମାନଙ୍କ ସଂପର୍କୀୟ । ଏପରି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.