om academy

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

jsm

ପୁରୀ : ଫାଲଗୁନ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ଗତକାଲି ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ମହାପ୍ରଭୁଙ୍କ ଚତୁର୍ଥ ବେଣ୍ଟ ନୀତି ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଥିବା ବେଣ୍ଟ ପୋଖରୀରେ ସମ୍ପନ୍ନ ହୋଇଯାଇଛି । ଶନିବାର ଶ୍ରୀବିଗହମାନଙ୍କର ମଙ୍ଗଳ ଆଳତି ସରିବା ପରେ ମହାଜନ ସେବକମାନେ ନୀତି ନିମନ୍ତେ ଦକ୍ଷିଣ ଘରୁ ଶ୍ରୀରାମ ଚନ୍ଦ୍ରଙ୍କ ବିଗ୍ରହକୁ ରତ୍ନ ସିଂହାସନକୁ ନେଇଥିଲେ । ସେଠାରେ ପାଳିଆ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କଠାରୁ ଏକ ଆଜ୍ଞାମାଳ ଆଣି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପ୍ରଦାନ କରିଥିଲେ । ଆଜ୍ଞାମାଳ ପାଇବା ପରେ ମହାଜନ ସେବକମାନେ ବେଣ୍ଟ (ଶିକାର) ନୀତି ନିମନ୍ତେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ବିମାନରେ ବିଜେ କରାଇଥିଲେ । ପରେ ବିମାନବଡୁ ସେବକମାନେ ବିମାନରେ ଠାକୁରଙ୍କୁ ନେଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ । ସେଠାରେ ମହାଜନ ସେବକ ଠାକୁରଙ୍କୁ ଖଟ ଉପରେ ବିଜେ କରାଇ ବନ୍ଦାପନା ସମ୍ପନ୍ନ ହେବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମହାଜନଙ୍କ ହସ୍ତରେ ବେଣ୍ଟ ନୀତି ନିମନ୍ତେ ମଠ ପରିସରରେ ଥିବା ବେଣ୍ଟ ପୋଖରୀକୁ ବିଜେ ହୋଇଥିଲେ ।

Leave A Reply

Your email address will not be published.