ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସମ୍ପାନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସେମିନାର ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ନବକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ଲସ ଥ୍ରୀ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ପାନରେ ତୃତୀୟ ବର୍ଷ ଛାତ୍ରୀ ଦୀପାଞ୍ଜଳି ସିଂଦ୍ରିଆ “ବ୍ୟବସାୟ ଓ ବଜାର ପରିବେଶ” ଓ ଦ୍ଵିତୀୟ ବର୍ଷ ଛାତ୍ର ଚୁଡାମଣି ରଣା “ବ୍ୟବସାୟ ପରିଚାଳନାର ଆଧୁନିକିକରଣରେ ହେନ୍ରି ଫେୟଲଙ୍କ ସିଦ୍ଧାନ୍ତ ଗୁଡିକର ଭୂମିକା” ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇଥିଲେ । ସେମିନାର ସମ୍ପାଦିକା ଶୀତଲ ଅଗ୍ରୱାଲ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କସୀମା ବାନୁ ।

Leave A Reply

Your email address will not be published.