ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ମେଡିକାଲ ଓ ନିଟ୍ରେ ସଂରକ୍ଷଣକୁ ସ୍ୱାଗତ : ରାଜ୍ୟ ଶିକ୍ଷା ସଂଘର୍ଷ ମହାସଂଘର ଖବରଦାତା ସମ୍ମିଳନୀ
କଂଟାବାଂଜି, (ମନିଶ କୁମାର ହଂସ) : ସରକାରୀ ସ୍କୁଲରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିଙ୍କ ଝିଅ ପୁଅ ପଢିବାର ବାଧ୍ୟତା ମୂଳକ ସ୍ୱତନ୍ତ୍ର ଆଇନ ହେବା ଉଚିତ । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ସଂଘର୍ଷ ମହାସଂଘର ରାଜ୍ୟ ସଂଯୋଜକ ସୁରଥ ବେହେରା ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୩୧ ଅକ୍ଟୋବର ଯାଏ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାଟି ଓଡିଶାର ଉପାନ୍ତ ଜିଲ୍ଲାର ଉପାନ୍ତ ସିନାପାଲିରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଦୀର୍ଘ ୬୦୦ କି.ମି. ପଦଯାତ୍ରା କରିଥିଲେ । ସରକାରୀ ସ୍କୁଲ ଏବଂ ବେସରକାରୀ ସ୍କୁଲରେ ହେଉଥିବା ଶିକ୍ଷାଦାନର ପାତର ଅନ୍ତର ଏବଂ ୬ରୁ ୧୪ ବର୍ଷର ଶିଶୁକୁ ମାଗଣା ଶିକ୍ଷାଦାନ ଭାରତର ସଂବିଧାନର ମୌଲିକ ଅଧିକାରରୁ ବଂଚିତ କରାଯାଉଛି । ସରକାରୀ ସ୍କୁଲର ଗରିବ ଛାତ୍ରୀଛାତ୍ର ଏବଂ ବେସରକାରୀ ସ୍କୁଲର ଛତ୍ରୀଛାତ୍ରର ଶିକ୍ଷାଦାନରେ ପାତର ଅନ୍ତର ଥିବା ବେଳେ ସରକାରୀ ସ୍କୁଲରେ ଅଧ୍ୟୟନ କରିଥିବା ଛାତ୍ରୀଛାତ୍ରଙ୍କୁ ସରକାରୀ ଚାକିରୀରେ ଅଗ୍ରାଧିକାର ଭିତିରେ ସୁଯୋଗ ଦେବା ପାଇଁ ଦାବୀ କରିଥିଲେ, ଯାହା ସରକାର ଦୀର୍ଘ ଦିନ ପରେ ସରକାରୀ ସ୍କୁଲର ଛତ୍ରୀଛାତ୍ର ମାନଙ୍କୁ ନିଟ ଏବଂ ମେଡିକାଲରେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହାକୁ ରାଜ୍ୟ ସଂଯୋଯକ ବେହେରା ସ୍ୱାଗତ କରି ଏକ ଖବରଦାତା ସମ୍ମିଳନୀ କରିବା ସହ ଆଲୋଚନା ଚକ୍ରର ଆୟୋଜନ ଶନିବାର ଦିନ ହୋଇଛି । ଏହି ଆଲୋଚନା ଚକ୍ରରେ ଅବସରପାପ୍ତ କର୍ମଚାରୀ ସଂଘର ସଭାପତି ଗୁଣନିଧି ରାଉତରାଏ, ସଂପାଦକ ରସିଆନନ୍ଦ ରାଏ, କୋଷାଧ୍ୟକ୍ଷ କୁଂଜ ବିହାରି ବେହେରା, ରାମଚନ୍ଦ୍ର ସାହୁ, ପୀତାମ୍ବର ବାଗ, ଅଧ୍ୟାପକ ଡଃ ସଂଜୟ କୁମାର ମିଶ୍ର, ଜିଲ୍ଲା ଶିକ୍ଷକ ସଂଘ ପୂର୍ବତନ ସଭାପତି ରତିନ୍ଦ୍ର ରାଏ, ମୁରିବାହାଲ କଲେଜ ଅଧ୍ୟକ୍ଷ ରମେଶ ମହାନନ୍ଦ, ବରିଷ୍ଟ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା ଯୋଗ ଦେଇ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ମତ ପ୍ରକାଶ କରିଥିଲେ । ଏହାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କଲା ପରେ ହିଁ ଆନ୍ଦୋଳନ ଏବଂ ପଦଯାତ୍ରା ସଫଳ ହେଲା ବୋଲି ବିବେଚିତ ହେବ ବୋଲି କହିଛନ୍ତି । ପରିଶେଷରେ ଆବାହକ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ ।