ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାବା ମଠ ସାଗରପଡା ମନ୍ଦିର ବଲାଙ୍ଗିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ ଅଧିବେଶନକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସତ୍ୟବନ୍ତ ବେଦବାକ ଓ ନୀଳମଣି ମିଶ୍ର ଯୋଗ ଦେଇଥିଲେ । ସଂପାଦକ କୃଷ୍ଣଚନ୍ଦ୍ର ନାଥ ବାର୍ଷିକ ବିବରଣୀ ପାଠ କରିବା ସହ ଆୟ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ । ସଂଘର ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତ, ଜଗନ୍ନାଥ ଷଡଙ୍ଗୀ, ହରେକୃଷ୍ଣ ମେହେର, ପ୍ରଶନ୍ନ କୁମାର ମିଶ୍ର, ସୁରେନ୍ଦ୍ର ନେଗୀ, ଲୋକନାଥ ନେପାକ, ମନୋରଂଜନ ମିଶ୍ର, ନିମାଇ ମେହେର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଦୀପ ସାହୁ ଓ ସହ ସଂପାଦକ ଚୈତନ୍ୟ ପଟେଲ ସମ୍ମିଳନୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମଂଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.