ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମର ବଜାର ପ୍ରାଙ୍ଗଣଠାରେ ଜାଗ୍ରତ ହିନ୍ଦୁ ସମାଜ ପକ୍ଷରୁ ବାଙ୍କେଲ ମଣ୍ଡଳସ୍ତରୀୟ ବିରାଟ “ହିନ୍ଦୁ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଆଖପାଖ ଅଞ୍ଚଳର ଶତାଧିକ ମାତୃବୃନ୍ଦ, ଭକ୍ତବୃନ୍ଦ, ଶ୍ରଦ୍ଧାଳୁ ତଥା ପ୍ରତ୍ୟେକ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମିନୀ ବେହେରାଙ୍କ ତତ୍ୱାବଧାନରେ ପ୍ରଥମେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଶ୍ରଦ୍ଧାଳୁ ବୃନ୍ଦ ଆହୁତି ପ୍ରଦାନ କରିଥିଲେ । ଏହା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଗ୍ରାମର ଭାରତୀୟ ସେନାବାହିନୀର ସେବା ନିବୃତ୍ତ ଗଜରାଜ ପୁଟେଲ, ସମ୍ମାନିତ ଅତିଥି ରୂପେ ସମାଜସେବୀକା ତଥା ନାରୀ ନେତ୍ରୀ ସ୍ମିତା ରଣା ଓ ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସାମାଜିକ ସମରସତା ପ୍ରାନ୍ତଟୋଲୀ ସଦସ୍ୟ ତଥା ବରିଷ୍ଠ ଅଧିବକ୍ତା ଡମ୍ବରୁଧର କର୍ମୀ ଯୋଗ ଦେଇ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ “ହିନ୍ଦୁ ସମାଜର ସାମାଜିକ ଦାୟିତ୍ୱବୋଧ ଏବଂ ହିନ୍ଦୁ ସମାଜ କିପରି ସଂଗଠିତ ହେବ ସେ ବିଷୟରେ ଉଦବୋଧନ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଅଞ୍ଚଳର ବରିଷ୍ଠ କଳାକାର ବ୍ରଜରାଜ ବାଗ, ନାରାୟଣ ସାହୁ କର୍ମନିଷ୍ଠ ଚାଷୀ ଭାବେ ପାର୍ଥରାମ ଭୋଇ, ଯୁବ ଖେଳାଳି ଭାବେ ଲୋକନାଥ ଥପା, କୀର୍ତ୍ତନ ଜଗତର କଳାକାର ଚନ୍ଦ୍ରଧ୍ଵଜ ବାଗ, ମନବୋଧ ପୁଟେଲ, ଟିକେଶ୍ୱର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଧନୁ ପାଣ୍ଡେ, ନିରଞ୍ଜନ ପାଣ୍ଡେ ଓ ଅଲେଖ ସାହୁ ପରିଚାଳନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀ ଆୟୋଜନରେ ତରଙ୍ଗ ରଣା, ଦୀପକ ପୁଟେଲ, କେଦାର ପୁଟେଲ, କାହ୍ନୁ ଚରଣ ବାଗ, କାର୍ତ୍ତିକ ପୁଟେଲ, ଲଳିତ ପୁଟେଲ, ଗୁରୁଜୀଗୁରୁମା ଓ ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।