ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାକ୍ଷ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ୩ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ସହ ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ଦେବାର ଏକ ମଞ୍ଚ ପାଲଟିଛି ଗିରିଗୋବର୍ଦ୍ଧନ ମହୋତ୍ସବ ମଞ୍ଚ । ଏହି ଅବସରରେ ଅଂଚଳର ବିଶିଷ୍ଟ ପ୍ରତିଭାବାନ ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ମଞ୍ଚ ଉପସ୍ଥାପକ ସୁଶୀଲ କୁମାର ପୋଢ଼, ଯୁବ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ, ଯୁବ ସାମ୍ବାଦିକ ରାଧେଶ୍ୟାମ ମେହେର, ଯୁବ ଗୀତିକାର ଅନନ୍ତରାମ ହଂସଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସାଂସ୍କୃତିକ ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ ଗୁଡିକ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟିର ଆବାହକ ହୁଲେଶ୍ୱର ହଂସ, ଉପଦେଷ୍ଟା ଦୁର୍ଦ୍ଦକ୍ଷ ହଂସ, ସମ୍ପାଦକ ବିଷ୍ଣୁପ୍ରସାଦ ଗହୀର, ସମିତି ସଭ୍ୟ କେଦାର ଭୋଇ, ସଦସ୍ୟ ହରେଶ ବେହେରା, ଧର୍ମେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସବୁ ବର୍ଷ ଭଳି ଚଳିତ ବର୍ଷ ପାଇଁ ଆୟୋଜନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
Next Post