
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟସ୍ତରୀୟ ଚିନ୍ମୟ ସାରସ୍ଵତ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବଲାଙ୍ଗିରର ଶୁଭ୍ରାଂଶୁ ଶେଖର ପଣ୍ଡା । କଟକରେ ଗତ ଡିସେମ୍ବର ମାସ ୨୪ ତାରିଖରେ ୪୭ତମ ରାଜ୍ୟସ୍ତରୀୟ କବି-ଲେଖକ କଳାକାର ସମାବେଶ, କବିତା ପାଠୋତ୍ସବ ପୁସ୍ତକ ଲୋକାର୍ପଣ ଉତ୍ସବରେ ବଲାଙ୍ଗିରର ଶ୍ରୀ ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି । ଏଥିପାଇଁ ବଲାଙ୍ଗିରରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଶ୍ରୀ ପଣ୍ଡାଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
