ଶିକ୍ଷୟତ୍ରୀ ରଶ୍ମିରାଣୀଙ୍କୁ ନେସନ ବିଲଡର ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ କଳିଙ୍ଗ ଗୌରବ ଫାଉଣ୍ଡେସନ ଓ ଅନ୍ତର୍ଜାତିକ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ପୁଇଁନ୍ତଲା ବ୍ଲକ ଅଙ୍କରିଆପଦର ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ରଶ୍ମିରାଣୀ ଦାଶଙ୍କୁ ରାଜ୍ୟସ୍ତରୀୟ ନେସନ ବିଲଡର ସମ୍ମାନରେ ସମ୍ମାନିତ କରାଯାଇଛି । ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ, ସମାଜ ପ୍ରତି ତ୍ୟାଗ ଓ ସମର୍ପଣ ଭାବ, ପ୍ରାଥମିକ ଚିକିତ୍ସା ତାଲିମଦାତା, ସଡକ ସୁରକ୍ଷା ଅଭିଯାନର ରାଜ୍ୟସ୍ତରୀୟ ରକ୍ଷକ ମାଷ୍ଟର ଟ୍ରେନର ଓ ଶିକ୍ଷାର୍ଥୀଙ୍କ ପ୍ରତି ଉତ୍ସଗୀକୃତ ମନୋଭାବ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡିଷ୍ଟିକ ଗଭର୍ଣ୍ଣର ରୋଟାରୀଆନ ମନୋଜ ତ୍ରିପାଠୀ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ରେଡକ୍ରସ, ଓଡିଶା ରାଜ୍ୟ ଶାଖାର ଅଧ୍ୟକ୍ଷ ମେଜର ଡ. କଳ୍ପନା ଦାସ, ଜିଲ୍ଲା ସଭାପତି ଡ. ଚିଦାମ୍ଭିକା ଖୁଟୁଆ, କ୍ଲବ ସଂପାଦିକା ସୁନୀତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟରୁ ୩୦ଜଣ ଶିକ୍ଷକ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ପ୍ରକାଶ ଥାଉକି ୨୦୦୩ ମସିହାରେ ଶ୍ରୀମତୀ ଦାଶ ପ୍ରଥମରେ ବୌଦ୍ଧ ଜିଲ୍ଲାର ବହିରା ପ୍ରାଥମିକ ବିଦ୍ୟାଳୟରେ ପରେ ଦେଓଳି ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ । ସେ ମଧ୍ୟ ବିଗତ ଦିନରେ ଶିକ୍ଷକତା ପାଇଁ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି । ତାଙ୍କର ପ୍ରଚେଷ୍ଟାରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରରେ ତଥା ରାଜ୍ୟ ସ୍ତରରେ ଅଂଶଗ୍ରହଣ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ନେସନ ବିଲଡର ସମ୍ମାନରେ ସମ୍ମାନିତ ହୋଇଥିବାରୁ ଶ୍ରୀମତୀ ଦାଶଙ୍କୁ ଶିକ୍ଷକ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.